
ଆଜି ଓୟୁଏଟିର ୬୨ ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ ୱେବସାଇଟ୍ ଉନ୍ମୋଚନ ହେବା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ଆଜି ପାଳନ କରିବାକୁ ଯାଉଛି ଏହାର ୬୨ତମ ପ୍ରତିଷ୍ଠା ଦିବସ । ଏହି ଦିବସରେ ବିଶ୍ୱବିଦ୍ୟାଳୟର ନୂତନ ୱେବସାଇଟ୍, ବିଶ୍ଵବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଆପ୍, ଭିଜିଅନ ପୁସ୍ତକ, ଶୈକ୍ଷିକ-ଶିଳ୍ପ ପୁସ୍ତକ ଆଦି ଉନ୍ମୋଚନ କରାଯିବ। ଏହି ଉତ୍ସବରେ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ ଦିଗରେ ଆଲୋଚନା କରାଯିବ। ଏହି ଉତ୍ସବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ତଥା ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ରଣେନ୍ଦ୍ର ପ୍ରତାପ ସାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କୃଷକ ଉତ୍ପାଦକ ସଙ୍ଗଠନର ଏକ କନକ୍ଲେଭ ଆୟୋଜିତ ହେବ । ଏଥି ସହିତ ସଫଳତା ହାସଲ କରିଥିବା କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା, ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ପ୍ରକଳ୍ପ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ବିହନ ଉତ୍ପାଦନ କେନ୍ଦ୍ର, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ କର୍ମଚାରୀ, ଶ୍ରେଷ୍ଠ ସ୍ନାତକ ଛାତ୍ର/ଛାତ୍ରୀ ପୁରସ୍କୃତ ହେବେ । ଏହି ଦିବସରେ ବିଶ୍ୱବିଦ୍ୟାଳୟର ନୂତନ ୱେବସାଇଟ୍ ଲଞ୍ଚ ହେବାକୁ ଥିବାବେଳେ ବିଶ୍ଵବିଦ୍ୟାଳୟର ସଂଗୀତ ଉନ୍ମୋଚନ କରାଯିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଏହାସହ କୃଷକଙ୍କ ପାଇଁ ଆପ୍, ଶୈକ୍ଷିକ-ଶିଳ୍ପ ପୁସ୍ତକ, ‘ଚାଷିର ସଂସାର’ ଆଦି ଉନ୍ମୋଚନ କରାଯିବା କାର୍ଯ୍ୟକ୍ରମ ରହିଛି । ପ୍ରତିଷ୍ଠା ଦିବସ ଅବସରରେ OMBADC ଦ୍ଵାରା ପ୍ରଦାନ କରାଯାଉଥିବା ଗ୍ରାମୀଣ ଯୁବକ ଯୁବତୀମାନଙ୍କ ପାଇଁ ଏକ ବର୍ଷୀୟ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହି ଦିବସରେ କୃଷି ମହାବିଦ୍ୟାଳୟର ଦ୍ଵିତୀୟ ମହଲା ଉଦ୍ଘାଟିତ ହେବ । ଏହାର କ୍ଷେତ୍ରଫଳ ପ୍ରାୟ ୫୦ହଜାର ବର୍ଗ ଫୁଟ୍ ବିଶିଷ୍ଟ ଥିବା ଜଣାପଡିଛି । ଏହାଦ୍ଵାରା ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟରେ ସୁବିଧା ହୋଇପାରିବ । ବିଭିନ୍ନ ସମୟରେ ଧାନ ଓ ଅନେକ କିସମର ପନିପରିବା ଫୁଲ ଏବଂ ଫଳ ଉପରେ ଗବେଷଣା ଜାରି ରହିଛି। ରାଜ୍ୟରେ ଅନେକ ସମୟର ବନ୍ୟା ବାତ୍ୟା ଦୁର୍ବିପାକ ରହୁଥିବାରୁ ଏଭଳି ପ୍ରତିକୂଳ ସମୟରେ କିଭଳି ଭାବରେ ଧାନ ଭଲ ଭାବରେ କରାଯାଇପାରିବ ସେନେଇ ମଧ୍ୟ ଗବେଷଣା ଚାଲିଛି । ଅନ୍ୟପଟେ ସରୁ ଚାଉଳ ଧାନକୁ କିଭଳି ଭାବରେ ଅଧିକରୁ ଅଧିକ ଅମଳ କରାଯିବ ସେନେଇ ମଧ୍ୟ ଆରମ୍ଭ ହୋଇଛି ଗବେଷଣା । ଏପରିକି ବିଦେଶରେ ସରୁ ଚାଉଳର ଚାହିଦା ଅଧିକା ରହିଛି, ସେଥିପାଇଁ ରାଜ୍ୟର ଏହି କିସମର ଧାନକୁ କିଭଳି ଭାବରେ ଅମଳ କରାଯିବ ସେନେଇ ଗବେଷଣା ଚାଲିଛି।