
ଅଡ଼ୁଆରେ ଅଭିନେତ୍ରୀ କଙ୍ଗନା | ସଂସଦ ପଦକୁ ନେଇ କୋର୍ଟରେ ଉଠିଛି ପ୍ରଶ୍ନ | ନିର୍ବାଚନ ପ୍ରକ୍ରିୟାରେ ଅନିୟମିତତା ଦର୍ଶାଇ ହିମାଚଳ ପ୍ରଦେଶ ମଣ୍ଡି ଲୋକସଭା ଆସନର ଜଣେ ବ୍ୟକ୍ତି ହାଇକୋର୍ଟରେ ଆବେଦନ କରିଛନ୍ତି | ସେ ଏହି ଆସନରେ ପୁନଃ ନିର୍ବାଚନ ପାଇଁ ଆବେଦନ କରିଛନ୍ତି | ଏ ନେଇ କୋର୍ଟ କଙ୍ଗନାଙ୍କୁ ନୋଟିସ ପଠାଇବା ସହ ଅଗଷ୍ଟ ୨୧ ସୁଦ୍ଧା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ, କଙ୍ଗନା ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ସିଂଙ୍କୁ ୭୪,୭୫୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ହେଲେ ଏହି ଆସନରୁ ଲାଇକ ରାମ ନେଗୀ ନାମକ ଜଣେ ବ୍ୟକ୍ତି ଲଢ଼ିବା ପାଇଁ ନାମାଙ୍କନ ଦାଖଲ କରିଥିଲେ | କିନ୍ତୁ ତ୍ରୁଟି ଥିବା ଦର୍ଶାଇ ତାଙ୍କ ନାମାଙ୍କନ ପତ୍ରକୁ ଖାରଜ କରି ଦିଆଯାଇଥିଲା |
ହେଲେ ନେଗୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ନାମାଙ୍କନପତ୍ର ତ୍ରୁଟି ପୂର୍ଣ୍ଣ ଭାବେ ଖାରଜ କରି ଦିଆଯାଇଥିଲା | ଯଦି ସେ ନିର୍ବାଚନ ଲଢ଼ିଥାନ୍ତେ ତେବେ ନିଶ୍ଚୟ ଜିତିଥାନ୍ତେ | କୋର୍ଟ କଙ୍ଗନାଙ୍କୁ ନୋଟିସ ଜାରି କରି ୨୧ ତାରିଖ ସୁଦ୍ଧା ଏ ସଂକ୍ରାନ୍ତରେ ଜବାବ ରଖିବାକୁ କହିଛନ୍ତି |
ଲାୟକ ରାମ ନେଗୀ ବନ ବିଭାଗର ଜଣେ ପୂର୍ବତନ କର୍ମଚାରୀ | ତାଙ୍କର କହିବା ଅନୁଯାୟୀ ସମୟ ପୂର୍ବରୁ ସେ କାମରୁ ଅବସର ନେଇ ଯାଇଥିଲେ | ସେଥିପାଇଁ ସେ ନିର୍ବାଚନ ଲଢ଼ିବା ପାଇଁ ଆସିଥିଲେ | ଯଦି ସେ ସେତେବେଳେ ନିର୍ବାଚନ ଲଢ଼ିଥାନ୍ତେ କଙ୍ଗନା ହାରିଥାନ୍ତେ ଆଉ ସେ ନିଶ୍ଚୟ ଜିତିଥାନ୍ତେ | କୋର୍ଟ ଏହି ମାମଲାକୁ ଗଭୀରତାର ସହ ନେଇଛି |