
ଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ହୋଇଥିବା ମନହାନି ମାମଲାର ଶୁଣାଣି ତାରିଖ ଘୁଞ୍ଚାଇଛି ସୁପ୍ରିମକୋର୍ଟ। ମୋଦି ସାଙ୍ଗିଆ ମାମଲାକୁ ନେଇ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲୁଥିବା ମାନହାନି ମାମଲାର ପରବର୍ତ୍ତୀ ଶୁଣାଣି ହେବ ଅଗଷ୍ଟ ୪ ତାରିଖରେ । ଏନେଇ ତାରିଖ ଧାର୍ଯ୍ୟ କରିଛି ସୁପ୍ରିମକୋର୍ଟ । ଗୁଜୁରାଟ ହାଇକୋର୍ଟରେ ମାମଲା ଶୁଣାଣି ପରେ ସୁପ୍ରିକୋର୍ଟର ଦ୍ବାରସ୍ଥ ହୋଇଥିଲା ରାହୁଲ ଗାନ୍ଧୀ। ଏବେ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ସୁପ୍ରିକୋର୍ଟ । ଏନେଇ ଆବେଦନକାରୀ ଓ ଗୁଜୁରାଟ ସରକାର କୁ ନିଜ ନିଜର ପକ୍ଷ ରଖିବାକୁ ନୋଟିସ ଦେଇଛି ସୁପ୍ରିମକୋର୍ଟ । ଆବେଦନକାରୀ ବିଜେପି ବିଧାୟକ ପୂର୍ନେଶ ମୋଦି ଓ ଗୁଜୁରାଟ ସରକାରଙ୍କୁ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଚାରପତି ଜଷ୍ଟିସ ପି. ଅର୍. ଗୋହାଇ ଏବଂ ଜଷ୍ଟିସ ପି. କେ. ମିଶ୍ର ମାମଲାର ଶୁଣାଣି କରିଛନ୍ତି। ତେବେ ଗୁଜୁରାଟ ହାଇକୋର୍ଟର ଫଇସଲାରେ ସନ୍ତୁଷ୍ଟ ନହୋଇ ଏବେ ସୁପ୍ରିମକୋର୍ଟ ଫଇସଲାକୁ ଅପେକ୍ଷା କରିଛନ୍ତି ବିଜେପି ନେତା ରାହୁଲ ଗାନ୍ଧୀ ।