
ବାଲୁକା କଳା ମାଧ୍ୟମରେ ୭୭ ତମ ସ୍ବାଧିନତା ଦିବସର ଶୁଭେଚ୍ଛା ରାତି ପାହିଲେ ସ୍ଵାଧୀନତା ଦିବସ । ଦେଶ ପାଳିବ ୭୭ ତମ ସ୍ବାଧିନତା ଦିବସ । ଭାରତର ଗୌରବମୟ ଇତିହାସକୁ ମନେ ପକାଇ ପାଳନ କରାଯିବ ଏହି ଦିବସ । ଚାରିଆଡ଼େ ଖୁସିର ମାହୋଲ । ସବୁଠି ତ୍ରିରଙ୍ଗା । ହର ଘର ତ୍ରିରଙ୍ଗା ଓ ଘର ଘର୍ ତ୍ରିରଙ୍ଗା । ଭାରତ ମାତାକି ଜୟ, ବନ୍ଦେ ମାତରାମ ନାରାରେ ପ୍ରକମ୍ପିତ ସାରା ଦେଶ । ଏହି ଅବସରରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ସ୍ୟାଣ୍ଡ ଆର୍ଟ ସ୍କୁଲର ଛାତ୍ରଛାତ୍ରୀ ସୁନ୍ଦର କଳାକୃତି ନିର୍ମାଣ କରିଛନ୍ତି । ସ୍କୁଲ କଲେଜ ଠାରୁ ଆରମ୍ଭ କରି ବ୍ୟବସାୟିକ ପ୍ରତିଷ୍ଠାନ ଓ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ କଳାକୃତି ଜରିଆରେ ନିବେଦନ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ମାତୃଭୂମି, ପୁଣ୍ୟ ଭୂମି, ଦେବ ଭୂମି, କର୍ମ ଭୂମି ସବୁଠୁ ପବିତ୍ର ଏହି ଭାରତ ଭୂଇଁ । ଏହାରି କୋଳରେ କେତେ ମହାତ୍ମା ଜନମ ନେଇଛନ୍ତି । ଏହି ଭୂମିକୁ କାହିଁ କେଜାଣି ବାହ୍ୟଶତ୍ରୁ ଆକ୍ରମଣ କରିଛନ୍ତି । ତଥାପି ସେମିତି ମୁଣ୍ଡ ଟେକି ଠିଆ ହୋଇଛି ଏହି ମାଟି । କେତେ ଶତ୍ରୁ ଆସି ଏହାର ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଚାହିଁଛନ୍ତି ହେଲେ ଏହାର ବୀର ସନ୍ତାନ ମାନେ ସେମିତି ଲଢେଇ କରି ଆସିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ‘ହରଘର୍ ତ୍ରିରଙ୍ଗା’ ଅଭିଯାନ ମଧ୍ୟ ଆରମ୍ଭ ହୋଇଛି । ଗତ ବର୍ଷ ବି ଏହି ଅଭିଯାନ ହୋଇଥିଲା । ଏଥର ପୁନଶ୍ଚ ଏହା କରାଯାଉଛି l