
ବାଲୁକାକୀର୍ତ୍ତିରେ ସଚେତନତା ବାର୍ତ୍ତା ଦେଲେ ସୁଦର୍ଶନ ପଟ୍ଟନାୟକ ଜୁଲାଇ ୨୯ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ପ୍ରତିବର୍ଷ ଏହି ଦିନଟିକୁ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଇ ଲୋକମାନଙ୍କୁ ସଚେତନ କରାଯାଉଛି l ଜଙ୍ଗଲ କ୍ଷୟ ହେତୁ ଧୀରେ ଧୀରେ ବାଘମାନଙ୍କ ସଂଖ୍ୟା କମିବାରେ ଲାଗିଛି l ଯାହାକି ଆମ ପରିବେଶ ପ୍ରତି କ୍ଷତିକାରକ l ଏଣୁ ପରିବେଶ ସନ୍ତୁଳନ ରଖିବା ସହ ବାଘମାନଙ୍କ ସଂଖ୍ୟା ବୃଦ୍ଧି କରିବା ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ବିଶ୍ଵାପ୍ରସିଦ୍ଧ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ସମୁଦ୍ର କୂଳରେ ଗଢିଛନ୍ତି ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା । ଏଥିରେ ପ୍ରାୟ ୧୫ଫୁଟ ଲମ୍ବର ଏକ ବାଘର କଳାକୃତିକୁ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଛନ୍ତି । ଏହି ବାଲୁକାକୃତି ଦ୍ୱାରା ସେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି l ତାଙ୍କର ଏହି ବାଲୁକାକୃତି ପ୍ରଦର୍ଶନୀର ବିଷୟବସ୍ତୁ ରଖିଛନ୍ତି “Save us to Save the environment” ଅର୍ଥାତ ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ରକ୍ଷା କର । ଏହା ବ୍ୟାଘ୍ରମାନଙ୍କ ଉଦେଶ୍ୟରେ ସେ କହିଛନ୍ତି l ସେ ଏହି ବାଲୁକାକୃତି ପ୍ରଦର୍ଶନୀରେ ବିଶେଷକରି ପରିବେଶର ସୁରକ୍ଷା ସହ ବାଘଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଧିରେଧିରେ ଜଙ୍ଗଲ କ୍ଷୟ ହେବା ଯୋଗୁଁ ବିଶ୍ୱରେ ବାଘ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇବାରେ ଲାଗିଛି । ଏଣୁ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକା ଚିତ୍ରକଳା ଜରିଆରେ ବିଶ୍ୱବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା ଚିତ୍ରକଳାକୁ ଦେଖିବାକୁ ନିଳାଦ୍ରୀ ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ଖୁବ ଭିଡ଼ ଜାମୁଥିବାର ଦେଖିବାକୁ ମିଳିଛି l