
ଭୁବନେଶ୍ୱର: ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିରେ ମାର୍କେଟ ବନ୍ଦ କରାଯାଇଛି। ଦୀର୍ଘଦିନ ହେଲା ସ୍ଥାୟୀ ଓ ଉଠା ଦୋକାନୀ ମଧ୍ୟରେ ବିବାଦ ଲାଗିରହିଥିଲା। ଏହି ବିବାଦରେ ଆଜିଠୁ ୟୁନିଟ୍ ୨ ମାର୍କେଟ ବିଲ୍ଡିଂ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ବିଏମସି କୌଣସି ପଦକ୍ଷେପ ନେଉ ନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି। ମାର୍କେଟ ବିଲଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି। ରାଜଧାନୀବାସୀଙ୍କ ଠାରୁ ଆରମ୍ଭ କରି ବାହାରୁ ଆସୁଥିବା ଲୋକ ତଥା ଗ୍ରାମାଞ୍ଚଳର ଲୋକ ମଧ୍ୟ ଏଠାରୁ କିଣାକିଣି କରିବା ପାଇଁ ପସନ୍ଦ କରନ୍ତି । ତେବେ ମାର୍କେଟ୍ କେତେ ଦିନ ପର୍ଯ୍ୟନ୍ତ ବନ୍ଦ ହେବ, ସେ ନେଇ ନିଶ୍ଚିତ ନଥିବାରୁ ଦୋକାନୀଙ୍କ ସହିତ ଗ୍ରାହକମାନେ ମଧ୍ୟ ପ୍ରଭାବିତ ହେବେ। ୟୁନିଟ୍ ୨ ଏହି ମାର୍କେଟ ବିଲ୍ଡିଂରେ ଏବେ ପ୍ରାୟ ୨୦୦ ଉଠାଦୋକାନୀ ନିଜ ବେପାର କରୁଛନ୍ତି । ଦୁଇଶହ ଦୋକାନୀ ବସିଯିବା ପରେ ଭୟଙ୍କର ଟ୍ରାଫିକ୍ ସମସ୍ୟା ହେଉଛି । କେବଳ ଏତିକି ନୁହେଁ ଉଠାଦୋକାନୀ ଆବର୍ଜନା ଫିଙ୍ଗୁଥିବା ବେଳେ ସ୍ଥାୟୀ ଦୋକାନୀ କିନ୍ତୁ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି । ଏଣୁ ଉଠା ଦୋକାନୀଙ୍କୁ ହଟାଇବାକୁ ସଂଘ ଦାବି କରିଛି । ଦାବି ପୂରଣ ନହେବା ଯାଏଁ ଏପରି ପରିସ୍ଥିତି ରହିପାରେ ବୋଲି ଆଶଙ୍କା କରାଯାଉଛି।