
ଦାନବକ୍ସାରେ ୧୦୦ କୋଟିର ଚେକ୍ ହେଲେ ଆକାଉଣ୍ଟରେ ୧୭ ଟଙ୍କା ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଅନନ୍ୟ l ତେଣୁ ମନ୍ଦିରକୁ ଅନେକ ସମୟରେ ଭକ୍ତମାନେ ଗୁପ୍ତ ଦାନ କରୁଥିବା ଶୁଣିବାକୁ ମିଳେ । ନିଜର ମନୋସ୍କାମନା ପୂରଣ ନେଇ ହେଉ ଅବା ଶ୍ରଦ୍ଧାରେ ହେଉ ଭକ୍ତମାନେ ଭଗବନଙ୍କ ମନ୍ଦିରକୁ ଦାନ ଦେଇଥାନ୍ତି l ସୁନା, ରୂପା ସହ ମୋଟା ଅଙ୍କର ଟଙ୍କା ମଧ୍ୟ ଦେଉଥିବାର ବୋହୁ ସମୟରେ ଦେଖିବାକୁ ମିଳିଛି । ତେବେ ନିକଟରେ ଏକ ଭକ୍ତ ମନ୍ଦିରକୁ ୧୦୦ କୋଟି ଟଙ୍କାର ଚେକ୍ ଦାନ ଦେଇଥିବା କଥା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି l ବିଶାଖାପାଟନାମ୍ ସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ବାରୀ ଦେବସ୍ଥାନମ୍ ମନ୍ଦିରରେ ଜଣେ ଭକ୍ତ ୧୦୦ କୋଟି ଟଙ୍କାର ଚେକ୍ ଦାନ ବାକ୍ସରେ ପକାଇଥିଲେ । କିନ୍ତୁ ମନ୍ଦିର ପ୍ରବନ୍ଧକ ଯେତେବେଳେ ଚେକ୍ ଭଙ୍ଗାଇବାକୁ ବ୍ୟାଙ୍କରେ ପହଞ୍ଚିଥିଲେ ବ୍ୟାଙ୍କ କର୍ମଚାରୀ ଯାହା କହିଲେ ସେଥିରେ ଚମକିପଡିଲେ ପ୍ରଶାସନ ଅଧିକାରୀ । କାରଣ ୧୦୦ କୋଟିର ଚେକ୍ ପକାଇଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଥିଲା ମାତ୍ର ୧୭ ଟଙ୍କା । ସତରେ ଏମିତି ବି କରନ୍ତି ଲୋକ l ଏବେ ଏହି ଚେକ କଥା ଚାରିଆଡେ ଚର୍ଚ୍ଚାର ପରିସରକୁ ଆସିଛି l ଏବେ ଏହି ଚେକ୍ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି ।