
ଭୁବନେଶ୍ୱର : ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସସି)କୁ ମିଳିଲା ନୂଆ ଅଧ୍ୟକ୍ଷ । ସନତ କୁମାର ମହାନ୍ତିଙ୍କୁ ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସନତଙ୍କୁ ଓପିଏସସି ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ସତ୍ୟଜିତ ମହାନ୍ତି ନିଜର କାର୍ଯ୍ୟକାଳ ପୂରଣ କରି ଗତ କାଲି ଅର୍ଥାତ ଅଗଷ୍ଟ ୨ ରେ ଅବସର ଗ୍ରହଣ କରିଛନ୍ତି l ତେଣୁ ଏବେ ତାଙ୍କ ସ୍ଥାନରେ ସନତ କୁମାର ମହାନ୍ତି ଓପିଏସସିର ନୂଆ ଅଧ୍ୟକ୍ଷ ଭାବେ ଆଜି ଠାରୁ ଦାୟିତ୍ୱ ଗ୍ରହଣ କରିବେ । ଏହା ପୂର୍ବରୁ ସନତ ଓପିଏସସିର ସଦସ୍ୟ ଭାବେ କାର୍ଯ୍ୟ କରୁଥିବା ବେଳେ ସେ ବର୍ତମାନ ଓପିଏସସିର ଅଧ୍ୟକ୍ଷ ଦାୟିତ୍ୱ ନେବେ । ସନତଙ୍କ କାର୍ଯ୍ୟକାଳ ସମୟରେ ଓପିଏସସିରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦିତ ହେବର ସୂଚନା ରହିଛି l