
ରୁଷ୍ର ମୁନ୍ ମିଶନକୁ ବଡ଼ ଝଟ୍କା ! ରୁଷ୍ର ସ୍ପେସ୍ ଏଜେନ୍ସି ରସ-କସମୋସ୍ ପକ୍ଷରୁ ବଡ଼ ଖବର ସାମ୍ନାକୁ ଆସିଛି l ବିଫଳ ହୋଇସାରିଛି ଲୁନା-୨୫କୁ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ପ୍ରୟାସ l ଲ୍ୟାଣ୍ଡ କରିବା ଆଗରୁ ହିଁ କ୍ରାଷ ହେଇଯାଇଛି ଲୁନା-୨୫ l ରୁଷ୍ର ଲୁନା-୨୫ ଚନ୍ଦ୍ରର କକ୍ଷପଥକୁ ଯିବା ପୂର୍ବରୁ ପ୍ରି ଲାଣ୍ଡିଂ ପ୍ରକ୍ରିୟାରେ ଅଜଣା ତ୍ରୁଟି ପରିଲକ୍ଷିତ ହୋଇଥିଲା l ରୁଷ୍ର ସ୍ପେସ୍ ଏଜେନ୍ସି ରସ-କସମୋସ୍ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ, ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ ପୂର୍ବରୁ ଜରୁରୀକାଳୀନ ପରିସ୍ଥିତି ନେଇ ସିଗ୍ନାଲ ପଠାଇଥିଲା ଲୁନା-୨୫ l ଫଳରେ ମେନ୍ୟୁଓଭର ପ୍ରକ୍ରିୟା ସଫଳ ହୋଇପାରିନି l ନିର୍ଦ୍ଧାରିତ ବେଗ ଓ ଦିଗରେ ଲୁନା ବଢ଼ିବା କଥା ତାହା ସମ୍ଭବ ହୋଇପାରିନି l ଅର୍ବିଟ ପରିବର୍ତନ ସମୟରେ ଦିଗହରା ହୋଇଥିଲା ଲୁନା-୨୫ l ଫଳରେ ଲୁନା-୨୫ ଚନ୍ଦ୍ରରେ ଅବତରଣ ପୂର୍ବରୁ ହିଁ କ୍ରାସ ହୋଇଯାଇଛି l ଚନ୍ଦ୍ରୟାନ -୩ ପୂର୍ବରୁ ଅର୍ଥାତ ଆସନ୍ତାକାଲି ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଯୋଜନା ଥିଲା । କିନ୍ତୁ ଏବେ ରୁଷର ଏହି ମୁନ ମିଶନର ସ୍ବପ୍ନ ଅଧୁରା ରହିଯାଇଛି l ଅଗଷ୍ଟ ୧୦ ତାରିଖରେ ଉତକ୍ଷେପଣ କରାଯାଇଥିବା ଲୁନା-୨୫ ଆସନ୍ତାକାଲି ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥାନ୍ତ l ଭାରତର ଚନ୍ଦ୍ରୟାନ୍-୩ ଓ ଲୁନା-୨୫ ବିଶ୍ୱର ଦୁଇଟି ବହୁପ୍ରତୀକ୍ଷିତ ଓ ଗୁରୁତ୍ୱପୂର୍ଣ୍ଣ ମୁନ୍ ମିଶନ୍ l ତେବେ ଏବେ ଲୁନା-୨୫ର ବିଫଳ ପରେ ସମସ୍ତଙ୍କର ନଜର ଏବେ ଚନ୍ଦ୍ରୟାନ୍-୩ ଉପରେ l ଚନ୍ଦ୍ରୟାନ୍-୩ ଏବେ ଏହାର ଅନ୍ତିମ ଯାତ୍ରା କରୁଛି l ଆଉ ମାତ୍ର ଚନ୍ଦ୍ରଠାରୁ ୨୫ କିମି ଦୂରରେ ରହିଛି ଚନ୍ଦ୍ରୟାନ୍-୩ l ଆସନ୍ତା ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣମେରୁରେ ଅବତରଣ କରିବ ଚନ୍ଦ୍ରୟାନ୍-୩ l