
ମୁମ୍ବାଇ-ବେଙ୍ଗାଳୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ମୁମ୍ବାଇ-ବେଙ୍ଗାଳୁରୁ ଉଦ୍ୟାନ ଏକ୍ସପ୍ରେସ ଟ୍ରେନରେ ଲାଗିଲା ନିଆଁ । ସାଙ୍ଗୋଲି ରୟାନ୍ନା ରେଳ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବା ନେଇ ସୂଚନା । ଅଗ୍ନିକାଣ୍ତ ଯୋଗୁଁ ଧୂଆଁମୟ ହୋଇଯାଇଥିଲା ଷ୍ଟେସନ । ତେବେ ବର୍ତ୍ତମାନ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ନେଇ ଖବର ରହିଛି । ଯାତ୍ରୀମାନେ ଟ୍ରେନରେ ଓହ୍ଲାଇବାର ଦୁଇ ଘଣ୍ଟା ପରେ ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି। ଅଗ୍ନିଶମ ବାହିନୀ ଦଳ ଏବଂ ବିଶେଷଜ୍ଞମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିବା ସହ ପରିସ୍ଥିତିକୁ ଅନୁଧ୍ୟାନ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ । ଟ୍ରେନ୍ ନମ୍ବର ୧୧୩୦୧, ଉଦ୍ୟାନ ଏକ୍ସପ୍ରେସ ପ୍ରାୟ ସକାଳ ୫ ଘଟିକା ୪୫ ମିନିଟରେ ସାଙ୍ଗୋଲି ରୟାନ୍ନା ରେଳ ଷ୍ଟେସନରେ ପହଞ୍ଚିଥିଲା । ଟ୍ରେନ୍ ପ୍ଲାଟଫର୍ମ ନମ୍ବର ୩ ରେ ଠିଆ ହୋଇଥିବା ବେଳେ ସକାଳ ପ୍ରାୟ ୭ଟା ୧୦ ରେ ଦୁଇଟି କୋଚରେ ନିଆଁ ଲାଗିଥିଲା ଯାହା ପରେ ତୁରନ୍ତ ଅଗ୍ନିଶମ ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା ଏବଂ କିଛି ମିନିଟ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏସି କୋଚ ବି୧ ଏବଂ ବି୨ କୋଚରେ ଏହି ଅଗ୍ନିକାଣ୍ଡ ଘଟିଥଲା । ଧୂଆଁ ଯୋଗୁଁ ରେଳ ଷ୍ଟେସନରେ ଅନ୍ୟ ଟ୍ରେନକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଦକ୍ଷିଣ ପଶ୍ଚିମ ରେଳବାଇର ପିଆରଓ ଅନିଶ ହେଗଡେ କହିଛନ୍ତି ଯେ, ଟ୍ରେନ୍ କୋଚରେ କିପରି ନିଆଁ ଲାଗିଲା ସେନେଇ ଆମେ ଅନୁସନ୍ଧାନ ଆରମ୍ଭ କରିଛୁ । ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ସଠିକ ତଥ୍ୟ ନିମନ୍ତେ ଏବେ ଅନୁଧ୍ୟାନ ଜାରି ରହିଛି l
