
ଜୁଲାଇ ୯ ତାରିଖ ଦିନ ସମ୍ବଲପୁରରେ ୬ ଜଣ ଅପରାଧୀ ଓ ୮ ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି l ଅସ୍ତ୍ରଶସ୍ତ୍ରର ବିସ୍ତୃତ କ୍ରୟ ବିଷୟରେ ସମ୍ବଲପୁର ଏସପି, ମୁକେଶ ଭାମୁ ସୂଚନା ଦେଇଛନ୍ତି l ଅପରାଧ ତଥା ବେଆଇନ ଅସ୍ତ୍ରଶସ୍ତ୍ର ଉପରେ ଏକ ବଡ଼ ଧରଣର କଟକଣା ହୋଇଛି , ସମ୍ବଲପୁର ପୋଲିସ ରବିବାର ଦିନ ଏକାଧିକ ମାମଲାରେ ଜଡିତ ୬ ଜଣ ଅପରାଧୀଙ୍କୁ ଗିରଫ କରିଥିବାର ଦାବି କରିଛି। ସେମାନଙ୍କ ନିକଟରୁ ଆଠଟି ବନ୍ଧୁକ, ୨୨ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ କାର, ଦୁଇଟି ମୋଟରସାଇକେଲ ଏବଂ ୧୧.୨୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ଚାରିଟି ପୋଲିସ ଷ୍ଟେସନ ଦ୍ୱାରା ଆରମ୍ଭ ହୋଇଥିବା ଏକ ସ୍ୱତନ୍ତ୍ର ପ୍ରଚେଷ୍ଟା ପରେ ସମସ୍ତ ୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି ।
ଅସ୍ତ୍ରଶସ୍ତ୍ର କ୍ରୟ ଉତ୍ସ ଜାଣିବା ପାଇଁ ସବିଶେଷ ଅନୁସନ୍ଧାନ କରାଯାଉଛି ବୋଲି ସମ୍ବଲପୁର ଏସପି, ମୁକେଶ ଭାମୁ ସୂଚନା ଦେଇଛନ୍ତି। ଏହି ଅପରାଧୀମାନେ ବିହାର ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅପରାଧୀମାନେ ମଧ୍ୟ ଏହି ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଲୋକଙ୍କୁ ଆତଙ୍କିତ କରିବା ସହ ଟଙ୍କା ଲୁଟି ନେଇଥିଲେ ବୋଲି ଏସପି କହିଛନ୍ତି।
ଗିରଫ ଅଭିଯୁକ୍ତଙ୍କ ନାମ ହେଉଛି ଏମ.ଡି ସମସେର , ଏମ. ଡି ମୋସିମ, ମନୁ ପାଣ୍ଡେ, ମୋହିତ ପାସୱାନ, ସନ୍ତୋଷ ମହାରଣା ଏବଂ ଏମ. ଡି ଅହମ୍ମଦ।
• ବେଆଇନ ଅସ୍ତ୍ର ଶସ୍ତ୍ର ଉପରେ କଟକଣା
• ୬ ଜଣ ଅପରାଧୀ ସହ ୮ ଅସ୍ତ୍ରଶସ୍ତ୍ର ଜବତ
• ଚାରୋଟି ପୁଲିସ ଷ୍ଟେସନ ଚେଷ୍ଟା ଦ୍ୱାରା ଧରାପଡ଼ିଥିଲେ ଅପରାଧୀ