
ଭୁବନେଶ୍ୱର: ରାଜ୍ୟର ସବୁ ସ୍ଥାନରେ ବର୍ଷା ବିଜୁଳି ଘଡଘଡିରେ ସମସ୍ତେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ସବୁ ଭିତରେ ଆଜି ପ୍ରାୟ ଦିନ ୧୦ଟା ସମୟରେ ଭୁବନେଶ୍ୱର ମାଉସୀ ମାଆ ମନ୍ଦିର ପରିସରରେ ଥିବା ରାମେଶ୍ବର ମନ୍ଦିରର ଦଧିନଉତି ବିଜୁଳି ମାଡ଼ରେ ଖସି ପଡ଼ିଛି। ବିଜୁଳି ର ପ୍ରଭାବ ଏତେ ଅଧିକ ଥିଲା ଯେ ବୋହୁତ ଜୋର୍ ରେ ଶବ୍ଦ ହେବା ସହ ଚତୁର୍ଦ୍ଦିଗ ଅନ୍ଧକାର ହୋଇଯାଇଥିଲା ଓ ମନ୍ଦିର ଉପରେ ଥିବା ଦଧିନଉତି ସହ ପଥର ଖଣ୍ଡ ଖସି ତଳେ ପଡ଼ିଥିଲା । ସୌଭାଗ୍ୟବସତ ପଥରଟି ଖସିବା ସମୟରେ ସେଠାରେ କେହି ତଳେ ଉପସ୍ଥିତ ନଥିଲେ। ତେଣୁ କାହାରି କିଛି କ୍ଷୟ-କ୍ଷତି ହୋଇ ନାହିଁ। ମନ୍ଦିର ଭିତରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନଙ୍କ କହିବା ଅନୁଯାୟୀ ଭଗବାନ ସମସ୍ତଙ୍କୁ ଏତେ ବଡ଼ ବିପଦରୁ ବଞ୍ଚାଇ ଦେଇଛନ୍ତି। ଏତେ ପ୍ରଭାବଶାଳୀ ମାରାତ୍ମକ ବିଜୁଳି କୁ ସେ ନିଜ ମୁଣ୍ଡକୁ ନେଇଛନ୍ତି ଯାହା ଦ୍ଵାରା ଲୋକମାନଙ୍କର କିଛି କ୍ଷତି ହୋଇନାହିଁ। ନଚେତ୍ ଏପରି ବିଜୁଳି ଆଘାତରେ ବଞ୍ଚିବା ସମ୍ଭବପର ହୋଇ ନଥାନ୍ତା । ଅନ୍ୟପଟେ ମନ୍ଦିର ପୂଜକ କହିଛନ୍ତି ବିଗତ ୧୫ ବର୍ଷ ହେବ ସେ ସେଠାରେ ମା’ଙ୍କ ସେବା କରିଆସୁଛନ୍ତି। ହେଲେ ଆଜି ପ୍ରଥମଥର ପାଇଁ ଏପରି ଏକ ଘଟଣା ଘଟିଛି । ଆଗରୁ କେବେବି ସେ ଏପରି କିଛି ଦେଖିବାକୁ ପାଇନାହାନ୍ତି । ଘଟଣା ପରେ ଏ-ଏସ-ଆଇ ଟିମ୍ ଆସି ଘଟଣାର ଅନୁଧ୍ୟାନ କରିଛି।