ବର୍ଷାରେ ଭିଜିବ ସହର
ଅବପାତର ରୂପ ନେବ ଘୂର୍ଣ୍ଣିବଳୟ
ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ ସୃଷ୍ଟି ହୋଇଛି, ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ଓ ତା ସହିତ ବିଭିନ୍ନ ଜିଲ୍ଲା ଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି | ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଥିବା ବେଳେ ଅଧିକାଂଳ ସ୍ଥାନରେ ପ୍ରବଳ ବର୍ଷ ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ |ପଛକୁ ପଛ ଆଉ ଦୁଇଠି ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ବର୍ଷାର ପ୍ରକୋପ ଜାରି ରହିବ | ୧୪ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ସକାଳେ ଓଡ଼ିଶା ସଂଲଗ୍ନ ଉପକୂଳରେ ଏକ ଲଘୁଚାପରେ ପରିଣତ ହୋଇଛି |୧୮ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇ ୧୯ତାରିଖରେ ଅବପାତର ରୂପ ନେଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ |ଏହି ଲଘୁଚାପର ପ୍ରଭାବରେ ୨୧ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି |ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବ |ପୁରୀ କଟକ,ଜଗତସିଂହପୁର,କେନ୍ଦ୍ରାପଡ଼ା,ଯାଜପୁର, ଭଦ୍ରକ,ବାଲେଶ୍ୱର ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବରେଷାର ପରିମାଣ କମ୍ ରହିବ | କୋରାପୁଟ, ମାଲକାନାଗିରି, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଗତ ୨୪ଘଣ୍ଟା ମଧ୍ୟରେ ପୁରା ଜିଲ୍ଲାର ନିମାପଡ଼ାରେ ସର୍ବାଧିକ ବର୍ଷା ୯୫.୬ମିମି ବର୍ଷା ରେକର୍ଡ କରାଯାଇଛି| ଆସନ୍ତା ୨୩ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭବନା ରହିଛି |୨୪ରୁ ୨୫ରେ ଏହା ଅବପାତର ରୂପ ନେଇପାରେ |ଏହା ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ, ଏବଂ ବର୍ଷାର ନିଅଣ୍ଟିଆ ସ୍ଥିତି ଦୂର ହେବ ହେବ ବୋଲି କହିଛନ୍ତି ପାଣିପାଗ ବିଭାଗ