
ଜଣେ ପ୍ରତିକ୍ଷିତ କମେଡିଆନ ଭାବରେ ଭାରତୀ ସିଂ ସର୍ବତ୍ର ପରିଚିତ l ଲୋକପ୍ରିୟ ହାସ୍ୟ କଳାକାରମାନଙ୍କ ମଧ୍ୟରୁ ସେ ଅନ୍ୟତମ । ନିଜ କମେଡି ପାଇଁ ସେ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ଜଣେ ହାସ୍ୟ କଳାକାର, ଅଭିନେତ୍ରୀ ଏବଂ ଉପସ୍ଥାପକ ହେବା ବ୍ୟତୀତ ଭାରତୀ ସିଂ ଏକ ପୁତ୍ର ସନ୍ତାନର ମା’ ମଧ୍ୟ । ଭାରତୀ ସିଂ ହର୍ଷ ଲିମ୍ବାଚିଆଙ୍କ ସହ ବିବାହ ପରେ ଏପ୍ରିଲ ୩, ୨୦୨୨ରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ତେବେ ମା’ ହେବାର ବର୍ଷକ ପରେ ଏବେ ଭାରତୀ ପୁଣି ଥରେ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଆରମ୍ଭ ହୋଇଛି ଭାରତୀଙ୍କ ୟୁଟ୍ୟୁବ ବ୍ଲଗରୁ। ଭାରତୀୟ କମେଡି କରିବା ସହ ୟୁଟ୍ୟୁବରେ ବ୍ଲଗ ମଧ୍ୟ କରନ୍ତି।
ଏହି ବ୍ଲଗରେ ତାଙ୍କର ଭଲ ବନ୍ଧୁ ଭାବେ ଜଣାଶୁଣା ଅଭିନେତ୍ରୀ ଜସ୍ମିନ ଭସିନ କିଛି ଏଭଳି କଥା କହିଛନ୍ତି, ଯାହାକୁ ନେଇ ଭାରତୀ ପୁଣି ମା’ ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି। ୟୁଟ୍ୟୁବ ବ୍ଲଗରେ ଭାରତୀ ଜସ୍ମିନଙ୍କୁ କହୁଛନ୍ତି, ‘ଜସ୍ମିନ ଶୀଘ୍ର ବିବାହ କରିଦିଅ । ଏହାର ଉତ୍ତରରେ ଜସ୍ମିନ କହୁଛନ୍ତି, ଭାରତୀ ପ୍ରଥମେ ଦ୍ବିତୀୟ ସନ୍ତାନ ଜନ୍ମ କର। ଗୋଲା ପାଇଁ ସାନ ଭାଇ ବା ଭଉଣୀ ଆଣ। ଜସ୍ମିନ ଏଭଳି କହିବା ପରେ ଭାରତୀ ଏବଂ ହର୍ଷ ପ୍ରକୃତରେ ଦ୍ୱିତୀୟ ସନ୍ତାନ ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ତେବେ ଭାରତୀ ସିଂ ୨୦୧୭ରେ ହର୍ଷ ଲିମ୍ବାଚିଆଙ୍କୁ ବିବାହ କରିଥିଲେ। ବିବାହର ୫ବର୍ଷ ପରେ ଭାରତୀ ଓ ହର୍ଷ ତାଙ୍କ ପ୍ରଥମ ସନ୍ତାନ ଗୋଲାକୁ ସ୍ବାଗତ କରିଥିଲେ।