
ଯାଜପୁର : ମଙ୍ଗଳବାର ସକାଳେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ନିକଟରେ ଥିବା ଜାତୀୟ ରାଜପଥ -୧୬ ରେ ଥିବା ଏକ ସେତୁର କିଛି ଅଂଶ ଭୁଶୁଡି ପଡିଛି। ଯାହାଫଳରେ ରେ ବାଲେଶ୍ୱର ରୁ ଭୁବନେଶ୍ୱର ମଧ୍ୟରେ ଯାତାୟାତ ବନ୍ଦ ରହିଛି l ରାସ୍ତାର ଉଭୟପାର୍ଶ୍ଵ ରେ ଗାଡି ମଟର ବନ୍ଦ ରହିଛି l ସୂଚନା ଅନୁଯାୟୀ ଯାଜପୁର ରାଜପଥ – ୧୬ ରେ ରସୁଲପୁର ନିକଟରେ ଥିବା ଏକ ବ୍ରିଜ ମଙ୍ଗଳବାର ଦିନ ହଠାତ ଦବି ଯାଇଛି l ପ୍ରାୟ ୧୦ ଫୁଟ ତଳକୁ ଦାବିଯାଇଛି ଏହି ବ୍ରିଜ, ଯାହାଫଳରେ ରେ ଉକ୍ତ ବ୍ରିଜ ରେ ଯାତାୟାତ ରେ ବହୁ ସମସ୍ୟା ସୃଷ୍ଟି ହେଉଛି l ସୂତ୍ରରୁ ପ୍ରକାଶ ଯେ, ସ୍ଥାନୀୟ ବାସିନ୍ଦା ପ୍ରଥମେ ଦେଖିଲେ ଯେ ବ୍ରିଜର ଏକ ଅଂଶ ଭୁଶୁଡି ପଡିଛି। ସୌଭାଗ୍ୟବଶତ, ସେହି ସମୟରେ କୌଣସି ଯାନବାହାନ ଚଳାଚଳ କରୁନଥିଲା | ତେଣୁ କାହାରି କୌଣସି କ୍ଷୟକ୍ଷତି ହୋଇନାହିଁ। ରାସ୍ତାରେ ଯାନବାହନ ଚଳାଚଳ ତୁରନ୍ତ ସ୍ଥଗିତ ରଖାଯାଇଥିଲା। ତେବେ ବ୍ରିଜ ଟି କିଭଳି ପରିସ୍ଥିତି ରେ ଦାବିଲା ତାହା ଏବେ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି l ଲଗାଣ ବର୍ଷା ପାଇଁ ବ୍ରିଜ ଦବିଛି ନା ଆ ପଛରେ ଆଉ କିଛି କାରଣ ଅଛି, ତାହା ତଦନ୍ତ ପରେ ହି ପ୍ରକୃତ କାରଣ ସାମ୍ନାକୁ ଆସିବ l ସେପଟେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ସ୍ଥିତି ତଦାରଖ କରୁଛି l
