
କମି ଚାଲିଛି ଚାଟଜିପିଟିର ବ୍ୟବହାରକାରୀଙ୍କ ସଂଖ୍ୟା ଆମେରିକାର ପର୍ଡ୍ୟୁ ୟୁନିଭର୍ସିଟିରେ ଚାଟଜିପିଟିକୁ ନେଇ କୁହାଯାଇଛି କି ଏହି ଏଆଇ ଆଧାରିତ ଟୁଲରେ ଆପଣଙ୍କୁ ୧୦୦ ପ୍ରତିଶତ ନିର୍ଭର ରହିବା ଅନୁଚିତ । କାରଣ ଏହି ଟୁଲ ସମସ୍ତ ପ୍ରଶ୍ନର ସଠିକ୍ ଜବାବ ଦେଉନାହିଁ । ଚାଟଜିପିଟିର ୟୁଜର୍ସ ଗତ କିଛି ଦିନରେ ବହୁତ କମିଯାଇଛନ୍ତି । ଏଥିରେ କମ୍ପାନୀକୁ ବହୁତ ଘାଟା ହୋଇଛି । ଆମେରିକାର ପର୍ଡ୍ୟୁ ୟୁନିଭର୍ସିଟିରେ ଚାଟଜିପିଟିରେ ହୋଇଥିବା ରିସର୍ଚ୍ଚରେ ଏହାର ସଠିକତାକୁ ନେଇ ପ୍ରଶ୍ନ କରାଯାଇଛି । ରିସର୍ଚ୍ଚ ସମୟରେ ଚାଟିଜିପିଟିକୁ ଅନେକ ପ୍ରଶ୍ନ କରାଗଲା ଯେଉଁଥିରେ ପ୍ରାୟ ୫୨ ପ୍ରତିଶତ ପ୍ରଶ୍ନର ଜବାବ ଭୁଲ୍ ଆସିଲା । ଆମେରିକାର ପର୍ଡ୍ୟୁ ୟୁନିଭର୍ସିଟିର ରିପୋର୍ଟରେ କୁହାଯାଇଛି କି ଚାଟଜିପିଟିକୁ ୫୧୭ ପ୍ରଶ୍ନ ପଚରାଯାଇଥିଲା ଏବଂ ଏନେଇ ଅଧ୍ୟୟନ କରାଗଲା । ଏଥିରୁ ଜଣାପଡିଲା କି ଏଆଇ ଟୁଲ୍ ପ୍ରଶ୍ନ ପଛରେ ଲୁଚି ରହିଥିବା ଅବଧାରଣାକୁ ବୁଝି ପାରିନଥିଲା । ଏହି କାରଣରୁ ଅନେକ ଜବାବ ଭୁଲ ଦେଇଥିଲା । ଏହା ପରେ ଟିମ୍ ଜଣାଇଲା କି କ୍ୱିକ୍ ଇଞ୍ଜିନିୟରିଂ ଏବଂ ହ୍ୟୁମାନ ଇନ୍ ଦ ଲୁପ୍ ଫାଇନ୍ ଟ୍ୟୁନିଂ ଫଳରେ ଚାଟଜିପିଟିର ଯାଞ୍ଚରେ ସାହାଯ୍ୟ ମିଳିପାରେ । ଏହି ସମସ୍ତ ସମସ୍ୟାକୁ ଠିକ୍ କରିବାର ଆବଶ୍ୟକତା ରହିଛି । ନିକଟରେ କୁହାଯାଇଛି କି ଚାଟଜିପିଟିର ୟୁଜର୍ସଙ୍କ ସଂଖ୍ୟା କମିବାରେ ଲାଗିଛି । ଆକଳନ କଥା କହିବା ତ ଜୁନରେ ୧.୭ ବିଲିୟନ୍ ଲୋକ ଏଆଇ ଟୁଲ ବ୍ୟବହାର କରୁଥିଲେ । କିନ୍ତୁ ଜୁଲାଇ ପରେ ଏହି ସଂଖ୍ୟା କମ୍ ହୋଇ ୧.୫ ବିଲିୟନ୍ ରହିଗଲା । ରିପୋର୍ଟରେ କୁହାଯାଇଛି କି ଗତ ମାସରେ ଚାଟଜିପିଟି ୟୁଜର୍ସଙ୍କ ସଂଖ୍ୟାରେ ଭାରୀ ହ୍ରାସ ଦେଖିବାକୁ ମିଳିଛି । ଯଦି ଏହି ଭଳି ଚାଲେ ତେବେ ଚାଟ୍ ଜିପିଟିର ଭବିଷ୍ୟତ ଖରାପ ପଡିପାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଯଦି ଓପନଏଆଇ ଏବେ ଲାଭଦାୟକ ନାହିଁ, ଏହା ବ୍ୟତୀତ ଏହାକୁ ଅପରେଟ୍ କରିବା ପାଇଁ ପ୍ରାୟ ୭ ଲକ୍ଷ ଡଲାର ଖର୍ଚ୍ଚ ହେଉଛି ।
