
ଅଧ୍ୟାପକ ପଦବୀ ନେଇ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ବଡ଼ ଖୁସି ଖବର ଆସିଛି । ଷ୍ଟେଟ୍ ସିଲେକ୍ସନ୍ ବୋର୍ଡ ବା SSB ପକ୍ଷରୁ ଜାରି ହୋଇଛି ନିଯୁକ୍ତି ବିଜ୍ଞପ୍ତି । ଉଚ୍ଛ ଶିକ୍ଷା ବିଭାଗ ଅଧିନରେ ଦିଆଯିବ ଏହି ଚାକିରି । ବିଭିନ୍ନ ବିଷୟ ପାଇଁ ୧୦୬୫ ଅଧ୍ୟାପକ ପଦବୀ ପୂରଣ ହେବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି । ଏହି ସମସ୍ତ ପ୍ରାର୍ଥୀଙ୍କୁ ରାଜ୍ୟରେ ଥିବା ଅଣ ଅନୁଦାନ ପ୍ରାପ୍ତ କଲେଜ ଗୁଡ଼ିକରେ ନିଯୁକ୍ତି ଦିଆଯିବ ।
ତେବେ ଇଚ୍ଛୁକ ପ୍ରାର୍ଥୀମାନେ ଏହି ଅଧ୍ୟାପକ ପଦବୀ ଗୁଡ଼ିକ ପାଇଁ ସେପ୍ଟେମ୍ବର ୧୧ ତାରିଖ ଠାରୁ ଆବେଦନ ଆରମ୍ଭ କରିପାରିବେ l ସେପ୍ଟେମ୍ବର ୧୧ ଦିନ ଗୋଟାଏ ପରଠାରୁ ଅକ୍ଟୋବର ୧୦ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଆବେଦନ କରିପାରିବେ । ଅର୍ଥାତ ସେପ୍ଟେମ୍ବର ୧୧ ତାରିଖ ଦିନ ଗୋଟାଏରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଅକ୍ଟୋବର ୧୦ ତାରିଖ ରାତି ୧୧.୪୫ରେ ଆବେଦନ ପ୍ରକ୍ରିୟ ଶେଷ ହେବ । ସମସ୍ତ ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ ମାଧ୍ୟମରେ SSBର ଅଫିସିଆଲ ୱବେସାଇଟ୍ www.ssbodisha.ac.in କୁ ଯାଇ ଆବେଦନ କରିପାରିବେ । ତେବେ ଏନେଇ ସବିଶେଷ ତଥ୍ୟ ସେପ୍ଟେମ୍ବର ୧୧ ତାରିଖ ପରଠୁ ଏହାର ଅଫିସିଆଲ ୱେବ୍ସାଇଟ୍ରେ ଉପଲବ୍ଧ ହେବ ।