
ବିହାରର ରାଜଧାନୀ ପାଟନାରେ ଆଜି ଇଣ୍ଡିଗୋ ବିମାନ ଜରୁରୀକାଳୀନ ଅବତରଣ କରିଛି। ଏଥିପାଇଁ ବିମାନବନ୍ଦରରେ ଦୀର୍ଘ ସମୟ ଧରି ଚହଳ ସୃଷ୍ଚି ହୋଇଥିଲା । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବିମାନରେ ଥିବା ସମସ୍ତ ଯାତ୍ରୀ ଏବଂ କ୍ରୁ ସଦସ୍ୟ ସୁରକ୍ଷିତ ଅଛନ୍ତି । ସୂଚନା ଅନୁଯାୟୀ, ଇଣ୍ଡିଗୋ ବିମାନ ନମ୍ବର ୬-ଇ-୨୪୩୩ ପାଟନା ଠାରୁ ଦିଲ୍ଲୀ ଯାଉଥିଲା। ଟେକ୍ ଅଫ୍ ହେବାର ତିନି ମିନିଟ୍ ପରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରୀକ ତ୍ରୁଟି ଦେଖିବା ପାଇଁ ମିଳିଥିଲା । ଯାହା ଉପରେ ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ ନିୟନ୍ତ୍ରଣ କରୁଥିବା ବିଭାଗକୁ ସୂଚନା ଦେଇଥିଲା । ଯାହା ପରେ ଜରୁରୀକାଳିନ ଅବତରଣ ପାଇଁ ରନୱେ ପ୍ରସ୍ତୁତ କରାଯାଇଥିଲା । ଏୟାରପୋର୍ଟ ମ୍ୟାନେଜମେଣ୍ଟର ସୂଚନା ଅନୁସାରେ ବିମାନଟି ସୁରକ୍ଷିତ ଅବତରଣ କରିଛି। ବିମାନରେ ଥିବା ସମସ୍ତ ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ଅଛନ୍ତି । ସେହି ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କ ଫେସବୁକ ପୋଷ୍ଟ ଅନୁସାରେ, ଟେକଅଫ୍ କରିବାର ପ୍ରାୟ ଅଧଘଣ୍ଟା ପରେ ପାଇଲଟ ପୁଣିଥରେ ପାଟନାକୁ ଫେରିବା ନେଇ ଘୋଷଣା କରିଥିଲେ। ଏହା ପରେ କ୍ରୁ ମେମ୍ବର ସମସ୍ତ ଯାତ୍ରୀଙ୍କୁ ମୁଣ୍ଡ ନୁଆଁଇ ଆଗ ସିଟ୍ ଧରିବାକୁ ଏବଂ ସିଟ୍ ବେଲ୍ଟ ବାନ୍ଧିବାକୁ କହିଥିଲେ। ଏହା ବ୍ୟତୀତ ଇଞ୍ଜିନରୁ ଜୋରରେ ଶଦ୍ଧ ମଧ୍ୟ ହେଉଥିଲା ଯେଉଁ କାରଣରୁ ଲୋକମାନେ ଭୟଭୀତ ହୋଇପଡିଥିଲେ । ଗୋଟିଏ ଇଞ୍ଜିନରେ ବିମାନ ଅବତରଣ କରିବା ସହଜ ନଥିଲା, କିନ୍ତୁ ପାଇଲଟ୍ ତାଙ୍କ ବୁଦ୍ଧି ସହିତ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦେଇଥିଲେ। ତେବେ ବିମାନ ଅବତରଣ କରିବା ପରେ କିଛି ଯାତ୍ରୀ ହଙ୍ଗାମା କରିଥିଲେ l ତେଣୁ ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଇଥିଲା ଯେଉଁଥିରେ ପୁନଶ୍ଚ ସେମାନେ ନିଜର ଯାତ୍ରା ଆରମ୍ଭ କରିଥିଲେ l