
ଆଜିଠାରୁ ଆରମ୍ଭ ହେବ ବିଧାନସଭାରେ ପ୍ରଥମ ବଜେଟ୍ ଅଧିବେଶନ। ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହା ହେଉଛି ବିଜେପି ପ୍ରଥମ ଅଧିବେଶନ । ଏହି ଅଧିବେଶନରେ ୨୦୨୦୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ମୋହନ ସରକାର ।ଆଜି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ ।୨୩ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ ଘୋଷଣା ହେବାବେଳେ ଓ ୨୪ ତାରିଖରେ ଭୋଟ ଗ୍ରହଣ କରାଯିବ । ୨୫ ତାରିଖରେ ଅର୍ଥମନ୍ତ୍ରୀ ଭାବେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପିକୁ କଡ଼ା ଟାର୍ଗେଟ କରିବେ ବୋଲି ରଣନୀତି ପ୍ରସ୍ତୁତ କରିସାରିଛି ଉଭୟ ବିଜେଡି ଓ କଂଗ୍ରେସ । ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣା, ରାଜ୍ୟପାଳଙ୍କ ପୁଅ ବିବାଦ ପ୍ରସଙ୍ଗ, ଦରଦାମ ବୃଦ୍ଧି, , ୩୦୦ ୟୁନିଟ ମାଗଣା ବିଜୁଳି ଆଦି ବିଭିନ୍ନ ପ୍ରସଙ୍ଗ ଉଠାଇ ନୂଆ ସରକାରଙ୍କୁ ଟାର୍ଗେଟ କରିବେ ଉଭୟ ବିଜେଡି ଓ ବିଜେପି ।ଏଥିପାଇଁ ମୋହନ ସରକାରଙ୍କ ଏହି ପ୍ରଥମ ଅଧିବେଶନ ବେଶ ଚାଲେଞ୍ଜିଙ୍ଗ ରହିବ ବୋଲି ଜନସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।