
ଭୁବନେଶ୍ବର: ଯୁବ ପିଢ଼ିକୁ ଆଗକୁ ନେବା ପାଇଁ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦା ସର୍ବଦା ତତ୍ପର ଥାଆନ୍ତି l ତେବେ ଆଜି ଯୁବ ଶକ୍ତି ପାଇଁ ଆଉ ଏକ ସୁଯୋଗ । ଆଜି ବିଦ୍ୟୁତ ବିଭାଗରେ ୪୧୨ ଜଣଙ୍କୁ ମିଳିବ ଚାକିରି । ଏହି ୪୧୨ ଜଣଙ୍କୁ ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଆଜି ଅପରାହ୍ନ ସାଢେ ୫ଟା ସମୟରେ ଭୁବନେଶ୍ୱରର ଲୋକସେବା କନଭେନସନ ସେଣ୍ଟରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମରେ ପ୍ରାର୍ଥୀ ମାନଙ୍କୁ ମିଳିବ ନିଯୁକ୍ତି ।
ତେବେ ନିଯୁକ୍ତି ପତ୍ର ପାଇବା ପ୍ରାର୍ଥୀମାନଙ୍କ ମଧ୍ୟରେ ୧୬ ଜଣ ଇଲେକ୍ଟ୍ରିକାଲ ଇଞ୍ଜିନୟର, ୧୯୭ ଟେକ୍ନିସିଆନ ଓ ୫୪ ଜଣ କାର୍ଯ୍ୟାଳୟ ସହାୟକ ଭାବେ ପାଇବେ ନିଯୁକ୍ତି ।
ଗତମାସ ମଧ୍ୟ କିଛି ଜଣକୁ ନିଯୁକ୍ତି ପତ୍ର ମିଳିଥିଲା l ତେବେ ସୂଚନା ଅନୁଯାୟୀ ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ମିଳିଥିଲା ନିଯୁକ୍ତି ପତ୍ର । ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ସେମାନଙ୍କୁ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।