Site icon UTKAL PRATIDIN

ୟୁଟ୍ୟୁବରଙ୍କୁ ପୂଜା ମଣ୍ଡପ ମନା

11

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଦୁର୍ଗ‌ା ପୂଜା ପାଇଁ ପ୍ରସ୍ତୁତି ୨ମାସ ପୂର୍ବରୁ ଆରମ୍ଭ ହୋଇଯାଇଥିଲା। ଦେଶ-ବିଦେଶର କଳାକାରମାନେ ମା’ ଦୁର୍ଗାଙ୍କ ପ୍ରତିମା ସହିତ ମଣ୍ଡପ ସଜେଇବାକୁ ଆସି ପହଞ୍ଚିଯାଇଥିଲେ।କଳାକାରମାନେ ଦୁର୍ଗା ମା’ଙ୍କ ପ୍ରତିମା ଠାରୁ ଆରମ୍ଭ କରି ମଣ୍ଡପଗୁଡ଼ିକୁ ଅତି ସ୍ବତନ୍ତ୍ର ଭାବେ ସଜେଇ ଥାଆନ୍ତି।

ଯାହାକୁ ଦେଖିବା ମାତ୍ରେ ଆଖି ଝଲସି ଉଠିଥାଏ। ଏଥିପାଇଁ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥାଏ। ତେବେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟରଙ୍କ ହେତୁ ପୂଜା ମଣ୍ଡପର ଫଟୋ ଓ ଭିଡିଓ ଭାଇରାଲ ହୋଇଯାଇଥ‌ାଏ। ଯେଉଁଥିପାଇଁ ଲୋକଙ୍କ ଆସିବା ସଂଖ୍ୟା କମି ଯାଇଥାଏ। କାରଣ ସେମାନଙ୍କ ମନରେ ମଣ୍ଡପ କେମିତି ହୋଇଥିବ, କେମିତି ଦେଖାଯାଉଥିବ ନେଇ ଯେଉଁ ଉତ୍ସାହ ଭରି ରହିଥାଏ ସେହି ଉତ୍ସାହ ମଣ୍ଡପର ଭାଇରାଲ ଫଟୋ ଓ ଭିଡିଓ ଦେଖି ଭାଙ୍ଗି ଯାଇଥାଏ। ନଚେତ ଫଟୋ ଉଠାଇବା ହେତୁ ୟୁଟୁବ୍ୟରମାନେ ଭିଡ଼ କରିବା ହେତୁ ଅନ୍ୟ ଲୋକଙ୍କୁ ଦର୍ଶନର ସୁବିଧା ମିଳିପାରେ ନାହିଁ।

ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଚଳିତ ଥର କୋଲକାତାର କିଛି ମଣ୍ଡପରେ ୟୁଟ୍ୟୁବରଙ୍କ ପ୍ରବେଶକୁ କଡ଼ାକଡ଼ି ଭାବେ ନିଷିଦ୍ଧ କରାଯାଇଛି। ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସମର୍ଥନ କରାଯାଇଛି। ଏଥିସହିତ ଏହି ନିୟମ ପ୍ରତ୍ୟେକ ମନ୍ଦିର, ମଲ ଆଦି ସ୍ଥାନମାନଙ୍କରେ ବି ଲାଗୁ କରାଯିବା ଉଚିତ ବୋଲି କିଛି ଲୋକ ପ୍ରତିକ୍ରିୟା ଦେଇ କହିଛନ୍ତି।

Exit mobile version