ଚାନ୍ଦବାଲି : ମୃତ୍ୟୁ କେତେବେଳେ କାହାକୁ କେଉଁ ଅବସ୍ଥାରେ ଗ୍ରାସ କରିବ ତାହା କେହି କହିପାରିବେ ନାହିଁ l ନୀତି ଦିନ ସେହି ବିଦ୍ୟୁତ ସହିତ କାମ କରୁଥିବା ବ୍ୟକ୍ତି ଆଜି ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି l ଭଦ୍ରକ ଚାନ୍ଦବାଲି ଏନଏସି ଅନ୍ତର୍ଗତ ଗୋଲାଡ଼ିଆ ବସ୍ତିରେ ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତି ମୃତ୍ୟବରଣ କରିଛନ୍ତି l
ସୂଚନା ଅନୁଯାୟୀ ମୃତକ ଜଣଙ୍କ ହେଉଛନ୍ତି ଗୋଲାଡିଆ ବସ୍ତିର ଏସ କେ ସାଦିକ l ଯୁବକ ଜଣଙ୍କ ନିଜ ଅଞ୍ଚଳରେ ବିଦ୍ୟୁତ ଉପକରଣ ମେକାନିକ ଭାବେ କାର୍ଯ୍ୟ କରନ୍ତି । କିନ୍ତୁ ଆଜି ହଟାଥ ସେ ବିଦ୍ୟୁତ ଉପକାରଣ ମରାମତି କାର୍ଯ୍ୟ କରୁଥିବା ବେଳେ ଦୁର୍ଭାଗ୍ୟବସତ ତାଙ୍କ ଦେହରେ କରେଣ୍ଟ ଲାଗିଥିଲା । ସ୍ଥାନୀୟ ବାସୀ ତାଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l