Site icon UTKAL PRATIDIN

ଓଟିଟି ପ୍ଲାଟ୍‌ଫର୍ମରେ ହେବ ରିଲିଜ୍‌ : ‘ଯବାନ’

WhatsApp Image 2023-09-09 at 6.29.14 PM

ନୂଆଦିଲ୍ଲୀ: ଗତ ‌୭ ତାରିଖରେ ସୁପର୍‌ଷ୍ଟାର୍‌ ଶାହରୁଖ୍‌ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଯବାନ’ ରିଲିଜ୍‌ ହୋଇଯାଇଛି। ଫିଲ୍ମଟି ରିଲିଜ୍‌ ହେବା ପରେ ତାହାକୁ ଖୁବ୍‌ ଭଲପାଇବା ମିଳୁଛି। ‘ଯବାନ’ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ପରେ ଏବେ ପ୍ରଶଂସକମାନଙ୍କ ନଜର ଓଟିଟି ଭର୍ସନ ଉପରେ। ସିନେମାଟି କେବେ ଓଟିଟିରେ ରିଲିଜ୍‌ ହେବ ତାହାକୁ ଜାଣିବାର ଉତ୍ସୁକତା ସଭିଙ୍କ ଭିତରେ ରହିିଛି। ‘ଯବାନ’ ଅଗ୍ରିମ ଟିକେଟ୍‌ ବୁକିଂ କ୍ଷେତ୍ରରେ ରେକର୍ଡ କରିଥିବା ବେଳେ ବକ୍ସ ଅଫିସ୍‌ କଲେକ୍ସନ ବି ଖୁବ୍ ଭଲ ରହିଛି। କିଙ୍ଗ୍‌ଖାନ୍‌ଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବ୍ଲକବଷ୍ଟର ପାଲଟିବ ବୋଲି ସିନେ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ଗଣମାଧ୍ୟମ ସଂସ୍ଥା ‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ରିଲିଜ୍ ହେବାର କିଛି ମାସ ପରେ ‘ଯବାନ’କୁ ପ୍ରଥମେ ‘ନେଟ୍‌ଫ୍ଲିକ୍ସ’ କିଣିବ।  ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଚଳଚ୍ଚିତ୍ରଟି ରିଲିଜ୍ ହେବାର ୪୫ରୁ ୬୦ ଦିନ ପରେ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ହୋଇପାରେ। ଅକ୍ଟୋବର ମାସ, ଅର୍ଥାତ ଦଶହରା ବେଳକୁ ପ୍ରଶଂସକ ଘରେ ବସି କିଙ୍ଗ୍‌ଖାନ୍‌ଙ୍କ ସିନେମାର ମଜା ନେଇପାରିବେ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ,  ଚଳିତବର୍ଷ ଶାହରୁଖ୍‌ଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପଠାନ’ ‘ଆମାଜନ ପ୍ରାଇମ ଭିଡିଓ’ରେ ମୁକ୍ତିଲାଭ କରିଥିଲା। ତେବେ ‘ଯବାନ’ର ମିଡିଆ ପାର୍ଟନର ହେଉଛି ‘ନେଟଫ୍ଲିକ୍ସ’। ‘ଯବାନ’ ପ୍ରାୟ ୩୦୦ କୋଟି ଟଙ୍କା ବଜେଟରେ ତିଆରି ହୋଇଛି। ଫିଲ୍ମଟି ସାରା ବିଶ୍ୱରେ ୨୦୦ କୋଟି ଟଙ୍କ‌ାରୁ ଅଧିକ ଆୟ କରିସାରିଲାଣି। ସପ୍ତାହ ଶେଷରେ ଫିଲ୍ମର ରୋଜଗାର ବୃଦ୍ଧି ହେବାର ଆଶା ରହିଛି।

Exit mobile version