 
        ପ୍ୟାରିସ: ଅଲମ୍ପିକରେ ଭାରତ ପାଇଁ ଚାଲିଛି ଖରାପ ସମୟ | ଭିନେସଙ୍କ ପରେ ଅନ୍ତିମ ପଙ୍ଘଲଙ୍କୁ ଲାଗିଲା ଝଟକା | ପ୍ୟାରିସ ଅଲମ୍ପିକ ୨୦୨୪ରେ ଭାରତୀୟ ମହିଳା ରେସଲରଙ୍କୁ ନେଇ ମିଳିଛି ନିରାଶଜନକ ଖବର | ଅନ୍ତିମ ବୁଧବାର ଅଲମ୍ପିକ ନିୟମ ଭଙ୍ଗ କରିଥିବା ଅଭିଯୋଗ ଆସିଥିଲା | ଏହି ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କ ବିରୋଧରେ ଆଇଓଏ ପଦକ୍ଷେପ ନେଇପାରେ |
୫୩ କେଜି ବର୍ଗରେ କୁସ୍ତିରେ ପ୍ରଥମ ରାଉଣ୍ଡରେ ହାରି ଯାଇଥିଲେ ଅନ୍ତିମ | ମ୍ୟାଚ୍ ହାରିବା ପରେ ସେ ହୋଟେଲକୁ ଚାଲି ଯାଇଥିଲେ। ପରେ ତାଙ୍କ ଭଉଣୀ ଅନ୍ତିମଙ୍କ ପରିଚୟ ପତ୍ର ନେଇ କ୍ରିଡାଗ୍ରାମକୁ ଯାଇଥିଲେ | ଅନ୍ତିମଙ୍କର କିଛି ଜିନିଷ ନେଇ ଫେରୁଥିବା ବେଳେ ସ୍ଥାନୀୟ ସୁରକ୍ଷାକର୍ମୀଙ୍କ ହାତରେ ଧାରା ପଡ଼ିଥିଲେ |
ଅନ୍ତିମଙ୍କ ଏପରି ଆଚରଣ ଯୋଗୁ ତାଙ୍କ ବିରୋଧରେ ଆଇଓଏ କାର୍ଯ୍ୟାନୁଷ୍ଠାନ ନେଇପରେ ବୋଲି କୁହାଯାଉଛି।
ସୁରକ୍ଷାକର୍ମୀମାନେ ତାଙ୍କୁ ଧରିବାରୁ ପୂରା ଘଟଣା ସାମ୍ନାକୁ ଆସିଛି। ଅନ୍ତିମ ଏପରି ଆଚରଣ ଭାରତୀୟ କଣ୍ଟିଜେଣ୍ଟର ମୁଣ୍ଡକୁ ତଳକୁ କରି ଦେଇଥିବାରୁ ତାଙ୍କ ବିରୋଧରେ ଆଇଓଏ କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି।
 
         
         
         
         
        