Site icon UTKAL PRATIDIN

ଭରତପୁର ଥାନାରେ ପୂଜାପାଠ

images (17)

ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା ।ରାଜଧାନୀରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଏହି ଘଟଣା ଚର୍ଚାରେ ରହିଛି ।ଏହି ଘଟଣାକୁ ନେଇ ବିବାଦ କମିବାର ନାଁ ଧରୁନି ।ସ୍ବତନ୍ତ୍ର ପୂଜାର ଆୟୋଜନ କଲେ ନୂଆ ଆଇଆଇସି ଦୀପକ ଖଣ୍ଡାୟତରାୟ ।

ନୂଆ ଜଏନ୍‌ କଲି, ମାନସିକ ଶାନ୍ତି ପାଇଁ ପୂଜା କରୁଥିବା କହିଲେ ଆଇଆଇସି ଦୀପକ ଖଣ୍ଡାୟତରାୟ । ପୂଜାପାଠ ସହ ଥାନା ଗେଟ୍‌ରେ ଲଙ୍କାଲେମ୍ବୁ ଝୁଲାଇଲେ ମଧ୍ୟ ଆଇଆଇସି ।ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ହେଲା ବାରଣ । ସମସ୍ତ ଥାନାର ସିସିଟିଭି ସ୍ଥିତି ଜଣାଇବାକୁ ଏଡିଜିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏଡିଜି ଆଧୁନିକୀକରଣଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ ।

Exit mobile version