ଭୁବନେଶ୍ଵର: ଭୁବନେଶ୍ବରସ୍ଥିତ ବରମୁଣ୍ଡା ପଡ଼ିଆଠାରେ ଆରମ୍ଭ ହୋଇଛି ତିନି ଦିବସୀୟ ମତ୍ସ୍ୟ-ପ୍ରାଣୀ ସମାବେଶ । ଏହି ସମାବେଶର ଅନ୍ୟତମ ଆକର୍ଷଣ ସାଜିଛି ବିଶ୍ବର ସବୁଠାରୁ କ୍ଷୁଦ୍ରତମ କୁଜ ଥିବା ଗୋ ପ୍ରଜାତି- ‘ପୁଙ୍ଗାନୁର’ । ଏହା ଏକ ଛୋଟ ପ୍ରଜାତିର (ଗୃହପାଳିତ) ଗାଈ l ଆନ୍ଧ୍ର ପ୍ରଦେଶର ଚିତ୍ତୁର ଜିଲ୍ଲାରୁ ଆସି ଚଳିତବର୍ଷ ଭୁବନେଶ୍ଵର ମତ୍ସ୍ୟ-ପ୍ରାଣୀ ସମାବେଶରେ ପହଞ୍ଚିଛି ବିଶ୍ବର କ୍ଷୁଦ୍ରତମ କୁଜ ଥିବା ଗାଈ ପୁଙ୍ଗାନୁର ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2024 ମସିହା ଜାନୁଆରୀ 14 ମକର ସଂକ୍ରାନ୍ତି ଅବସରରେ ତାଙ୍କ ବାସଭବନରେ ପୁଙ୍ଗାନୁର ଗାଈଙ୍କୁ ଆଦର କରିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଥିଲା । ଏହାପରେ ଏହି ଗାଈ ଲୋକଲୋଚନକୁ ଆସିଥିଲା । ଏହି ଗାଈର ଉଚ୍ଚତା 70-90 ସେଣ୍ଟିମିଟର ଏବଂ ଓଜନ 115-200 କିଲୋଗ୍ରାମ । ଏହା କମ୍ ଖାଦ୍ୟ ଆବଶ୍ୟକ କରିଥାଏ ଏବଂ ଉଭୟ ଶୁଷ୍କ ଓ ଉଷ୍ଣ ଜଳବାୟୁରେ ମଧ୍ୟ ଜୀବନଯାପନ କରିପାରେ ।
ଏହି ପ୍ରଜାତି ଭାରତୀୟ ଜଳବାୟୁ ସହ ଖାପ ଖୁଆଇ ରହିପାରିବ । ଏମାନେ ମୁଖ୍ୟତଃ ଶାନ୍ତ ସ୍ବଭାବର । ଏହି ପ୍ରଜାତି ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାର ପ୍ରତୀକ ଏହି ଗୋ ପ୍ରଜାତି ଦୈନିକ ହାରାହାରି 3.5 ଲିଟର ଦୁଗ୍ଧ ଦେଇଥାନ୍ତି । ଏହାର ଦୁଗ୍ଧରେ ଘିଅ ଅଂଶ 8 ପ୍ରତିଶତ ରହିଛି । ବିଶ୍ବ ପ୍ରସିଦ୍ଧ ତିରୁପତି ଲଡ଼ୁ ପୁଙ୍ଗାନୁର ଗାଈର ଘିଅରୁ ପ୍ରସ୍ତୁତ ହୋଇଥାଏ । ଏହି ଗାଈ ଆଞ୍ଚଳିକ ପର୍ବ ପର୍ବାଣୀ, ଉତ୍ସବ ଓ ସମୃଦ୍ଧିର ପ୍ରତୀକ ।