Site icon UTKAL PRATIDIN

ଚନ୍ଦ୍ରୟାନ-୩ ତଥ୍ୟରୁ ଲାଭାନ୍ବିତ ହେବ ବିଶ୍ୱ

2

ଚନ୍ଦ୍ରୟାନ-୩ ଜରିଆରେ ଚନ୍ଦ୍ରରୁ ମିଳିଥିବା ନୂଆ ତଥ୍ୟରୁ ସାରା ବିଶ୍ୱ ଲାଭାନ୍ବିତ ହେବ ବୋଲି ଶୁକ୍ରବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶାବ୍ୟକ୍ତ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁର୍ମୁ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନଙ୍କ ଅଭୂତପୂର୍ବ ସଫଳତା ଯୋଗୁ ଚନ୍ଦ୍ରର ଦକ୍ଷିଣ ମେରୁକୁ ଭାରତ ଛୁଇଁପାରିଛି। ଏହି ମିଶନରୁ ମିଳିଥିବା ତଥ୍ୟ ସାରା ବିଶ୍ୱକୁ ଲାଭାନ୍ବିତ କରିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।

ଏହି ଅବସରରେ ବୈଜ୍ଞାନିକମାନଙ୍କୁ ମୋଦି କହିଥିଲେ, କୌଣସି ବିଫଳତା କେବେ ଶେଷ ନୁହେଁ। ତେଣୁ  ଯେଉଁଠି ଚନ୍ଦ୍ରଯାନ-୨ ତାର ପାଦଚିହ୍ନ ରଖିଥିଲା ତାର ନାମ ଆଜିଠାରୁ ତ୍ରିରଙ୍ଗା ପଏଣ୍ଟ ରହିବ । ସେହିପରି ଚନ୍ଦ୍ରଯାନ ୩ ଯେଉଁଠି ପାଦ ରଖିବ ତାହାର ନାମ ଶିବ ଶକ୍ତି ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଏହି ତ୍ରିରଙ୍ଗା ପଏଣ୍ଟ ଭାରତର ପ୍ରତ୍ୟେକ ଚେଷ୍ଟାର ପ୍ରେରଣା ହୋଇ ରହିବ । ଏହି ତ୍ରିରଙ୍ଗା ପଏଣ୍ଟ ଆମକୁ ସବୁବେଳେ ମନେ ପକେଇଦେବ ଯେ କୌଣସି  ବିଫଳତା କେବେ ଲକ୍ଷ୍ୟର ଶେଷ ନୁହେଁ । ମୋଦି କହିଛନ୍ତି, ଆମେ ସେହି ଜାଗାରେ ପହଞ୍ଚିଛେ ଯେଉଁଠି କେହି ପହଞ୍ଚି ନାହାନ୍ତି । ଆମେ ଏମିତି କାମ କରିଛୁ ଯାହା କେହି କେବେ କରି ନାହାନ୍ତି ।

ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଛନ୍ତି, ମୋ ଆଖି ସାମ୍ନାରେ ୨୩ ଅଗଷ୍ଟର ସେହି ଦିନ ସେଇ ଗୋଟିଏ ଗୋଟିଏ ସେକେଣ୍ଡ ବାରମ୍ବାର ନାଚି ଯାଉଛି । ଯେତେବେଳେ ଚନ୍ଦ୍ରଯାନ ଭୂପୃଷ୍ଠ ଛୁଇଁବା ନିଶ୍ଚିତ ହେଲା ସେତେବେଳେ ଇସ୍ରୋ ସେଣ୍ଟରରେ, ପୁରା ଦେଶରେ ଲୋକ ଯେମିତି ଖୁସିରେ  ନାଚି ଉଠୁଥିଲେ ସେ ଦୃଶ୍ୟ କ’ଣ କେହି କେବେ ଭୁଲିପାରେ  ! କିିଛି ସ୍ମୃତି ଅମର ହୋଇ ରହଯାଏ । ଏହି ମୁହୂର୍ତ୍ତ ବି ଅମର ହୋଇ ରହିଗଲା ।

Exit mobile version