
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ିବାରେ ଲାଗିଛି ।ଆତ୍ମହତ୍ୟାକୁ ରୋକିବା ପାଇଁ ଆଜି ସମଗ୍ର ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରୁଛି । ଚଳିତ ବର୍ଷର ଥିମ୍ ରହିଛି ଚେଞ୍ଜିଂ ଦି ନ୍ୟାରେଟିଭ୍ ଅନ୍ ସୁଇସାଇଡ୍ ।ସମାଜରେ ଜନସାଧାରଣ ଯେତେ ଶିକ୍ଷିତ ଓ ସଚେତନ ହେବେ ଆତ୍ମହତ୍ୟାର ଅନୁପାତ ସେତେ ମାତ୍ରାରେ କମିବ।ଖାସ କରି ଯୁବପିଢ଼ି ମାନେ ବର୍ତମାନ ଆତ୍ମହତ୍ୟା ଅଧିକମାତ୍ରାରେ କରୁଛନ୍ତି ।
ସେପଟେ ମନସ୍ତତ୍ଵବିତ୍ ଙ୍କ ମତରେ ବିଭିନ୍ନ ପ୍ରକାର ଚାପ, ମାନସିକ ଅବସାଦ, ପାରିବାରିକ ଓ ଆର୍ଥିକ ସମସ୍ୟା ,ପ୍ରେମ ଓ ନିଶା ଆଦି ଆତ୍ମହତ୍ୟା ପଛର କେତେକ ପ୍ରମୂଖ କାରଣ। ତେବେ ଏହାକୁ ରୋକିବା ସହିତ ଓ ଡିପ୍ରେସନ୍ ଆଦିର ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା ହେବା ଆବଶ୍ୟକ।
ସେଥିପାଇଁ ଯୁବକମାନଙ୍କୁ ସଚେତନ କରିବା ପାଇଁ ୧ଓ୨୩ ମସିହା ପରଠାରୁ ସେପ୍ଟେମ୍ବର ୧୦ ତାରିଖକୁ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ ରୂପେ ପାଳନ କରାଯାଏ ।ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ସବୁ ପରିସ୍ଥିତିକୁ ସାହସର ସହ ସାମ୍ନା କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବାର ଦାଇତ୍ୱ ଯୁବପିଢିଙ୍କର ହୋଇଥାଏ ।