Site icon UTKAL PRATIDIN

ପାରିତ ହେଲା ‘ମହିଳା ସଂରକ୍ଷଣ ବିଲ୍’

IMG_20230920_214931

ଅନେକ ତର୍କବିତର୍କ ପରେ ଶେଷରେ ଲୋକସଭାରେ ପାରିତ ହେଲା ‘ମହିଳା ସଂରକ୍ଷଣ ବିଲ୍’ ହୋଇଛି । ଏବେ ପୁରୁଷ ମାନଙ୍କ ପାରି ମହିଳାମାନେ ମଧ୍ୟ ରାଜନୀତିରେ ପ୍ରବେଶ କରି ଜନସେବାରେ ନିଜକୁ ନିୟୋଜିତ କରିବାକୁ ଚାହିଁଛନ୍ତି l ତେଣୁ ମହିଳାମାନଙ୍କ ସୁବିଧା ନିମନ୍ତେ ଲୋକସଭାରେ ଏବେ ୩୩% ସିଟ୍ ସଂରକ୍ଷିତ ରହିବ । ଏହା ଆଇନ ଭାବରେ ପରିଣତ ହେବ ଯେତେବେଳେ ଏହା ଲୋକସଭା ଓ ରାଜ୍ୟସଭାର ଉଭୟ ଗୃହ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇବା l ମହିଳା ସଂରକ୍ଷଣ ବିଲ୍ ସପକ୍ଷରେ ଲୋକସଭାରେ ୪୫୪ ଭୋଟ୍ ପଡ଼ିଛି । ଏହା ବିରୋଧରେ କେବଳ ୨ଟି ଭୋଟ୍ ମିଳିଛି । ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ଏହି ବିଲ୍ ପାରିତ ହୋଇଛି ।

ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ କ’ଣ ହେବ?

• ଲୋକସଭା ତଥା ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସିଟ୍ ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିବ l

• ସମ୍ବିଧାନର ଧାରା ୨୩୯ ଏ ର ସଂଶୋଧନ ହେବା ସହ ଦିଲ୍ଲୀ ବିଧାନସଭାରେ ମହିଳା ସଂରକ୍ଷଣ ମିଳିବ ।

• ସମସ୍ତ ରାଜ୍ୟଗୁଡ଼ିକର ବିଧାନସଭାରେ ୩୩ ପ୍ରତିଶତ ମହିଳାଙ୍କ ପାଇଁ ସଂରକ୍ଷଣ ରହିବ ।

• ଆଗାମୀ ୧୫ ବର୍ଷ ପାଇଁ ଏହି ନିୟମ ଲାଗୁ ରହିବ ।

Exit mobile version