
ଅନେକ ସ୍ବପ୍ନ ଅସୁମାରୀ ଆଶା ନେଇ ନୂଆ ସଂସାର ଆରମ୍ଭ କରିଥିଲେ ଲକ୍ଷ୍ମୀପ୍ରିୟା ।ବିବାହକୁ ଦୁଇମାସ ନପୂରୁଣୁ ସବୁ କିଛି ଓଲଟପାଲଟ ହୋଇଗଲା ।ସୁନାର ସଂସାର ଘୋଟିଆସିଲା କଳାବାଦଲ। ବାପା ମା ପଇସା ସୁନା ଗହଣା ଭୋଜି ଭାତ ଦେଇ ଧୁମ ଧାମରେ ଝିଅର ବିବାହ କରିଥିଲେ । ବିବାହ ପରେ ଝିଅର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ ।ବାଲେଶ୍ୱର ଜିଲ୍ଲା ଖଇରା ଥାନା ତେନ୍ତଳାଗଢିଆ ଗାଁରେ ଘଟିଛି ଏପରି ଏକ ଦୁଖଦ ଘଟଣା ଯାହା ସ୍ଥାନୀୟା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଯୌତୁକ ପାଇଁ ଶାରିରୀକ ମାନସିକ ନିର୍ଯାତନା ଦେଇ ଝିଅକୁ ହତ୍ୟା କରି ଫ୍ୟାନରେ ଟାଙ୍ଗି ଆତ୍ମହତ୍ୟାର ରୂପ ଦିଆଯାଉଥିବା କହିଛନ୍ତି ପରିବାର ଲୋକେ ।କିନ୍ତୁ ଲକ୍ଷ୍ମୀପ୍ରିୟାଙ୍କ ଶାଶୁ ଘର ଲୋକେ ଆତ୍ମହତ୍ୟା କରିଥିବା କହିଛନ୍ତି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।ଏହା ସହ ପୁଲିସ୍ ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଜଗନ୍ନାଥ ଓ ତାଙ୍କ ମା’ଙ୍କୁ ଅଟକ ରଖି ପଚରାଉଚରା କରୁଛି।