
ଅଳ୍ପକେ ବଞ୍ଚିଗଲା ମହିଳାଙ୍କ ଜୀବନ।ମୁମ୍ବାଇ ଅଟଳ ସେତୁରୁ ଜଣେ ମହିଳା ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ ବଞ୍ଚାଇଦେଲ କ୍ୟାବ ଡ୍ରାଇଭର।ମିଳିଥିବା ସୂଚନା ଅନୁସାରେ ମହିଳା ଜଣକ କିଛି ଧାର୍ମିକ ଫୋଟୋ ବିସର୍ଜନ କରିବାକୁ ବ୍ରିଜ ଉପରେ ଗାଡି ଅଟକାଇ ଯାଇଥିଲେ ।
ଏହାପରେ ସୁଇସାଇଡ କ୍ରଶ ବ୍ୟାରିଅରକୁ ଡେଇଁ ରେଲିଂ ଉପରେ ବସିପଡିଲେ ।ଏହା ଦେଖି କ୍ୟାବ୍ ଡ୍ରାଇଭରଙ୍କୁ ସନ୍ଦେହ ହୋଇଥିଲା।କ୍ୟାବ ଡ୍ରାଇଭର ମହିଳାଙ୍କ ଚୁଟି ଧରି ପକାଇଥିଲେ।ଘଟଣାସ୍ଥଳରେ ଉପସ୍ଥିତ ଟ୍ରାଫିକ୍ ପୋଲିସ୍ କର୍ମୀ ତୁରନ୍ତ ରେଲିଂ ଡେଇଁ ମହିଳାଙ୍କୁ ସୁରକ୍ଷିତ ଭାବେ ବ୍ରିଜ ଉପରକୁ ଆଣିଥିଲେ।ମହିଳାଙ୍କ ଭାରସାମ୍ୟ ଠିକ ନଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।ଏହି ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ।