Site icon UTKAL PRATIDIN

ନଭେମ୍ବର ୨୫ରୁ ଆରମ୍ଭ ଶୀତ ଅଧିବେଶନ

par-750x430

ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହେବ । ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବା ନେଇ ଜାତୀୟ ଗଣମାଧ୍ୟମରୁ ଜଣା ପଡିଛି। ନଭେମ୍ବର ୨୬ ରେ, ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସଂସଦର ଏକ ମିଳିତ ଅଧିବେଶନ ସମ୍ବିଧାନ ଗୃହ ପୁରୁଣା ସଂସଦ ଗୃହର କେନ୍ଦ୍ରୀୟ ହଲରେ ଏକ ସ୍ୱତନ୍ତ୍ର ମିଳିତ ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଉଛି।

ତେବେ ଏ ସମ୍ପର୍କରେ ସରକାରୀ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।ଆସନ୍ତା ୨୫ ନଭେମ୍ବରରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମୋହନ ସରକାରଙ୍କ ପ୍ରଥମ ଶୀତକାଳୀନ ଅଧିବେଶନ ଆସନ୍ତା ୨୬ ତାରିଖ ଠାରୁ ଆରମ୍ଭ ହେବ। ଓଡ଼ିଶା ବିଧାନସଭାର ଆଗାମୀ ଶୀତକାଳୀନ ଅଧିବେଶନ ନଭେମ୍ବର ୨୬ ତାରିଖ ଠାରୁ ଆରମ୍ଭ ହୋଇ ୩୫ ଦିନ ପରେ ଶେଷ ହେବ।

Exit mobile version