Site icon UTKAL PRATIDIN

ଆଜିଠୁ ବିଧାନସଭାରେ ଶୀତକାଳୀନ ଅଧିବେଶନ

WhatsApp-Image-2024-09-02-at-12.28.13-PM-750x430

ବିଧାନସଭାରେ ଆଜିଠୁ ଶୀତ ଅଧିବେଶନ ଆରମ୍ଭ ହୋଇଛି ।ନଭେମ୍ବର ୨୬ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏଁ ବିଧାନସଭା ଅଧିବେଶନ ଚାଲିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଛି। ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହେବ। ପ୍ରଥମ ଦିନରେ ଅତିରିକ୍ତ ବଜେଟ ଆଣିବେ ମୁଖ୍ୟମନ୍ତ୍ରୀ।

ବିଧାନସଭା ଅଧିବେଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ, ୮ ଅତିରିକ୍ତ ଡିସିପି, ୪ ପ୍ଲାଟୁନ୍ ଏସଓଜି, ବମ୍ ସ୍କ୍ୱାଡ, ନିୟୋଜିତ ରହିବେ। ବିଧାନସଭା ଅଧିବେଶନରେ ସମଗ୍ର ଗାନ୍ଧୀ ସିସିଟିଭି ନଜରରେ ରହିବ ବୋଲି ଡିଜିପି ଓ୍ବାଇ ବି ଖୁରାନିଆ ସୂଚନା ଦେଇଛନ୍ତି।

Exit mobile version