Site icon UTKAL PRATIDIN

ଆଜିଠୁ ସଂସଦରେ ଶୀତ ଅଧିବେଶନ, ଆଗତ ହୋଇପାରେ ପାଞ୍ଚଟି ବିଲ

par-750x430

ଆଜିଠୁ ନଭେମ୍ବର୨୫ରୁ ସଂସଦରେ ଶୀତ ଅଧିବେଶନ ଆରମ୍ଭ ହେବ ।ସଂସଦର ଶୀତ ଅଧିବେଶନ ନଭେମ୍ବର ୨୫ରୁ ଆରମ୍ଭ ହୋଇ ଡିସେମ୍ବର ୨୦ ପର୍ଯ୍ୟନ୍ତ ଚାଲିବା ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି। ଏହି ଅଧିବେଶନରେ ସରକାର ପାଞ୍ଚଟି ନୂତନ ବିଲ୍ ଆଗତ କରିପାରନ୍ତି। ଏଥିରେ ପରିବହନ କ୍ଷେତ୍ର ସହିତ ଜଡିତ ତିନୋଟି ବିଲ୍ ଅନ୍ତର୍ଭୁକ୍ତ।

କୋଷ୍ଟାଲ୍ ସିପିଂ ବିଲ୍, ଇଣ୍ଡିଆନ୍ ପୋର୍ଟସ୍ ବିଲ୍, ମର୍ଚାଣ୍ଟ ସିପିଂ ବିଲ୍ ମଧ୍ୟ ସଂସଦରେ ଉପସ୍ଥାପନା କରିପାରନ୍ତି। ଏଥି ସହିତ, ପୂର୍ବରୁ ଉପସ୍ଥାପିତ ହୋଇଥିବା ୧୩ଟି ବିଲ୍ ପାସ୍ ପାଇଁ ତାଲିକାଭୁକ୍ତ କରାଯାଇଛି। ଏଥିରେ ବ୍ୟାଙ୍କିଙ୍ଗ୍ ଆଇନ୍ ସଂଶୋଧନ ବିଲ୍ ଏବଂ ୱାକଫ୍ ବିଲ୍ ମଧ୍ୟ ରହିଛି।

ସେପଟେ ଆଜିଠୁ ଆରମ୍ଭ ହେବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି ରଖିଛନ୍ତି। ଆଦାନୀ ଲାଂଚ କାରବାର ଅଭିଯୋଗ ପ୍ରସଙ୍ଗ, ମଣିପୁର ହିଂସା, ବାୟୁ ପ୍ରଦୂଷଣ, ରେଳ ଦୁର୍ଘଟଣା ଆଦି ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦାବି କରିଛନ୍ତି। ଆଜି ପ୍ରଥମ ଦିନ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୬ ତାରିଖରେ ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସମ୍ବିଧାନ ଦିବସ ପାଳନ ହେବ ବୋଲି ସୂଚନା ରହିଛି।

Exit mobile version