ଲକ୍ଷ୍ନୌ: ଉତ୍ତରପ୍ରଦେଶ ମିରଟରୁ ଏକ ବିଚଳିତ କରିବା ପରି ଖବର ସାମ୍ନାକୁ ଆସିଛି । ୟୁପି ପୋଲିସର ୪୪ତମ ବାଟାଲିୟନର ଜଣେ ପିଏସି ଯବାନ ଲେଟର ଲେଖି ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିବା ଉତ୍ତର ସମସ୍ତଙ୍କୁ ଚକିତ କରିଛି । ସେ କାହିଁକି ଡ୍ୟୁଟି ବିଳମ୍ବରେ ଆସୁଛନ୍ତି ବୋଲି ଅଧିକାରୀ ପଚାରିଥିଲେ । ପ୍ରଶ୍ନ ଅଜବ ସ୍ପଷ୍ଟୀକରଣ ଦେଇଛନ୍ତି ଯବାନ । ସେ କହିଛନ୍ତି, ପ୍ରତିଦିନ ପତ୍ନୀ ସ୍ବପ୍ନରେ ଆସି ମୋ ରକ୍ତ ପିଉଛନ୍ତି ରାତି ସାରା ଶୋଇ ପାରୁନାହିଁ । ତେଣୁ ଲେଟ୍ ହୋଇଯାଉଛି । ଏବେ ଯବାନଙ୍କର ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଉତ୍ତରପ୍ରଦେଶ ପାରାମିଲିଟାରୀ ଫୋର୍ସର ଜଣେ କନଷ୍ଟେବଳ କାର୍ଯ୍ୟରତ ଅଛନ୍ତି। ଫେବ୍ରୁଆରୀ ୧୭ରେ ୪୪ତମ ବାଟାଲିଅନ ପ୍ରାଦେଶିକ ଆର୍ମଡ କନଷ୍ଟାବୁଲାରୀର କମାଣ୍ଡର ମଧୁସୂଦନ ଶର୍ମା ବିଭାଗର ଜଣେ କନଷ୍ଟେବଳଙ୍କୁ ଲଗାତାର ଭାବେ ଦାୟିତ୍ୱରେ ଅବହେଳା ସହ ବିଶୃଙ୍ଖଳିତ ଆଚରଣ ଓ ବିଳମ୍ବରେ ଅଫିସ୍ ଆସିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଯେଉଁଥିରେ ଉକ୍ତ କନେଷ୍ଟବଳ ଜଣଙ୍କ ଚିଠିର ଉତ୍ତର ଦେବାକୁ ଯାଇ ଲେଖିଛନ୍ତି କି? ପ୍ରତ୍ୟେକ ଦିନ ମୋ ସ୍ତ୍ରୀ ମୋ ଛାତି ଉପରେ ବସି ମୋ ରକ୍ତ ପିଉଛି। ଯାହା ପାଇଁ ମୁଁ ସକାଳୁ ଉଠି ପାରୁନି। ତେଣୁ ଅଫିସ ଆସିବାରେ ବିଳମ୍ୱ ହେଉଛି।
ବାସ୍ତବରେ କନଷ୍ଟେବଳ ଜଣକ ଦରଖାସ୍ତରେ ଲେଖିଛନ୍ତି “ସାର୍… ମୋ ସ୍ତ୍ରୀ ଓ ମୋର ଖୁବ୍ ଝଗଡ଼ା ହେଉଛି । ଝଗଡ଼ା ଚରମସୀମାରେ ପହଞ୍ଚିଲାଣି। ପରିସ୍ଥିତି ଏପରି ହେଲାଣି ଯେ, ମୁଁ ତାକୁ ସ୍ୱପ୍ନରେ ଦେଖୁଛି। ସେ ମୋ ଛାତି ଉପରେ ବସି ମୋ ରକ୍ତ ପିଇ ମାରିଦେବାକୁ ଚେଷ୍ଟା କରୁଛି। ମୋର ଏପରି ସ୍ୱପ୍ନ ଆସୁଥିବାରୁ ମୁଁ ରାତିରେ ଶୋଇପାରୁନି। ସେଥିପାଇଁ ମୁଁ ଠିକ୍ ଟାଇମରେ ଅଫିସ୍ ଆସିପାରୁନି। ଜୀବନ ଜିଇଁବାର କାରଣ ଭୁଲି ଗଲିଣି । ବଞ୍ଚିବାର ଶକ୍ତି ଶେଷ ହୋଇଗଲାଣି । ଏଥିରୁ ମୁକୁଳିବାକୁ ସାହାଯ୍ୟ କରନ୍ତୁ । ଭଗବାନଙ୍କ ଶରଣରେ ଯିବାକୁ ରାସ୍ତା ବତାନ୍ତୁ ।“
ପୂର୍ବରୁ ଏନେଇ ନିର୍ଦ୍ଦେଶ ସତ୍ତ୍ୱେ ସେ କ’ଣ ପାଇଁ ବିଳମ୍ବ କରି ସକାଳ ୯ଟାରେ ପହଞ୍ଚିଥିଲେ ବୋଲି ପ୍ରଶ୍ନ କରାଯାଇଥିଲା। ଏଥିସହିତ ସେ କ’ଣ ପାଇଁ ଦାଢ଼ି କାଟି ନ ଥିଲେ ଓ ଠିକ୍ ଭାବେ ପୋଷାକ ପିନ୍ଧି ନ ଥିଲେ ବୋଲି ମଧ୍ୟ ସ୍ପଷ୍ଟୀକରଣ ମଗାଯାଇଥିଲା। କନଷ୍ଟେବଳ ତାଙ୍କ ପତ୍ରରେ ବିଚିତ୍ର ଏବଂ ଆବେଗପୂର୍ଣ୍ଣ କାରଣ ଦର୍ଶାଇଛନ୍ତି। ଏଥିସହ ସେ ଏବେ ଅବସାଦ ଏବଂ ଚିଡ଼ିଚିଡ଼ାପଣ ଯୋଗୁ ଚିକିତ୍ସାଧୀନ ଥିବା କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।