Site icon UTKAL PRATIDIN

ଫୋନ କଭରରେ ପଇସା ରଖିଲେ ଯାଇପାରେ ଜୀବନ…

Mobile-phone-blast-safety-tips

ମୁମ୍ବାଇ: ଅନେକ ଲୋକ ନିଜ ଫୋନ କଭରରେ ମେଟ୍ରୋ କାର୍ଡ, ଏଟିଏମ୍ କାର୍ଡ, ଟଙ୍କା ଏବଂ ଅନେକ କିଛି ରଖିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ଏହି ଜିନିଷଗୁଡ଼ିକୁ ନିଜ ଫୋନର କଭରରେ ରଖନ୍ତି, ତେବେ ଆପଣ ଏକ ବଡ଼ ବିପଦର ସାମ୍ନା କରିପାରନ୍ତି । ନିକଟରେ ଆସିଥିବା ରିପୋର୍ଟ ଅନୁଯାୟୀ, ମୋବାଇଲ ବ୍ୟବହାରକାରୀମାନଙ୍କ ଦାମୀ ଏବଂ ଶସ୍ତା ଫୋନ ବ୍ଲାଷ୍ଟ ହୋଇଥିବା ଖବର ସାମ୍ନାକୁ ଆସିଛି । କିନ୍ତୁ ଆପଣ ଜାଣିନାହାନ୍ତି ଯେ କେଉଁଠି ନା କେଉଁଠି ଆପଣଙ୍କର ଛୋଟ ଭୁଲ ପାଇଁ ଏଭଳି ଅଘଟଣ ଘଟିଥାଏ । ଯେଉଁଥିରେ ଆପଣଙ୍କର ଜୀବନ ମଧ୍ୟ ବିପଦରେ ପଡିପାରେ ।

ଫୋନ ଓଭର ହିଟ୍‌ ହେବାର ଅନେକ କାରଣ ଥାଏ । କିନ୍ତୁ ସବୁଠାରୁ ବଡ କାରଣ ଯାହା ସାମ୍ନାକୁ ଆସିଛି ତାହା ହେଉଛି ଫୋନରେ ଲଗାଇଥିବା ମୋଟା କଭର । ଏହା ସହିତ ଅନେକ ପ୍ରକାରର ଜିନିଷକୁ ଫୋନ କଭର ଭିତରେ ରଖିବା । ଯେଉଁ ସମୟରେ ଫୋନ ଗରମ ହୁଏ, ଏଥିରେ ବାୟୁ ବାହାରିବା ପାଇଁ କୌଣସି ସ୍ପେସ ନଥାଏ, ଯେଉଁ କାରଣରୁ ଫୋନ ଅତ୍ୟଧିକ ଗରମ ହୋଇଯାଏ ଏବଂ ବ୍ଲାଷ୍ଟ ମଧ୍ୟ ହୋଇଥାଏ

ଫୋନ ଓଭର ହିଟ ହେବାର କାରଣ:

ଫୋନ ବ୍ଲାଷ୍ଟ ହେବା ପୂର୍ବରୁ କଣ କରିବା ଉଚିତ:

ଯେତେବେଳେ ଆପଣଙ୍କ ଫୋନ ଗରମ ହେବା ଆରମ୍ଭ କରିବ ତୁରନ୍ତ ଏହାକୁ ସ୍ୱିଚ୍‌ ଅଫ୍‌ କରନ୍ତୁ ଏବଂ ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । କିଛି ସମୟ ପରେ ଫୋନ ସ୍ୱିଚ୍‌ ଅନ୍‌ କରନ୍ତୁ ଏବଂ ଏହାକୁ ବ୍ୟବହାର କରନ୍ତୁ । ଯଦି ଏହା ପରେ ମଧ୍ୟ ଫୋନ ହିଟ ହେଉଛି, ତେବେ ଫୋନର ସେଟିଙ୍ଗରେ ଚେକ୍‌ କରନ୍ତୁ ଯେ କେଉଁ ଆପ୍ କେତେ ବ୍ୟାଟେରୀ କନଜ୍ୟୁମ କରୁଛି । ଯଦି ଆପଣ ଭାବୁଛନ୍ତି ଯେ କିଛି ଅନାବଶ୍ୟକ ଆପ୍ ରହିଛି, ତେବେ ଏହାକୁ ତୁରନ୍ତ ଫୋନରୁ ଅନଇନଷ୍ଟଲ୍‌ କରନ୍ତୁ ।

ଯଦି ଆପଣ ଫୋନ କଭରରେ ଟଙ୍କା, ଏଟିଏମ୍, ମେଟ୍ରୋ କାର୍ଡ କିମ୍ବା ଚାବି ରଖୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଅନେକ କ୍ଷତି ଘଟାଇପାରେ । ଯେଉଁଥିରେ ଆପଣଙ୍କ ଫୋନ୍ ବ୍ଲାଷ୍ଟ ହେବା ସହିତ ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିପାରେ । ଏପରି ପରିସ୍ଥିତିରେ, ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କର ଫୋନ୍ ଦୀର୍ଘସ୍ଥାୟୀ ଏବଂ ବ୍ଲାଷ୍ଟ ନହେଉ, ତେବେ ଏହି ଜିନିଷଗୁଡିକ ଧ୍ୟାନରେ ରଖନ୍ତୁ ।

Exit mobile version