
ଭୁବନେଶ୍ୱର : ଦିନକୁ ଦିନ ରାଜଧାନୀ ତଥା ଅନ୍ୟାନ୍ୟ ଅଞ୍ଚଳରେ ଦୁର୍ଘଟଣାର ସମସ୍ୟା ବଢ଼ିବାରେ ଲାଗିଛି l ଏନେଇ ଲୋକମାନଙ୍କୁ ଯେତେ ସଚେତନ କରାଇଲେ ବି ଲୋକେ ସୁଧୁରୁ ନାହାଁନ୍ତି l ତେଣୁ ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ଵର ବିଭିନ୍ନ ଅଞ୍ଚଳରେ ଏନ୍ଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଥିଲା । ରଙ୍ଗ୍ ରୁଟ୍ ଡ୍ରାଇଭିଂ ଉପରେ ଆଜିର ଏହି ଏନ୍ଫୋର୍ସମେଣ୍ଟ ଡ୍ରାଇଭ୍ କରାଯାଇଥିଲା । ଏହି ଅଭିଯାନରେ ଆଜି ୧୦୨ ବାଇକ୍ ଜବତ କରାଯାଇଛି ।
ଲୋକମାନଙ୍କୁ ସୁଧାରିବା ପାଇଁ ଏପରି ଏକ ଅଭିଯାନ କରାଯାଇ ଏତେ ସଂଖ୍ୟାର ବାଇକ ଜବଦ କରାଯାଇଛି l ଏହି ଜବତ ଗାଡ଼ିଗୁଡ଼ିକୁ ନେଇ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି । ଆଗକୁ ଏହିପରି ଡ୍ରାଇଭ୍ ଜାରି ରହିବ ଏବଂ ପାର୍ବଣ ଆସୁଥିବାରୁ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯିବ ବୋଲି ସୂଚନା ମିଳିଛି । ତେବେ ଆପଣ ବି ଯଦି ଟ୍ରାଫିକ ନିୟମ ଉଲଂଘନ କରୁଛନ୍ତି କିମ୍ବା ରଙ୍ଗ ରୁଟରେ ଯାଉଛନ୍ତି ତେବେ ସତର୍କ ରୁହନ୍ତୁ ଏବଂ ନିଜକୁ ସୁଧାରି ନିଅନ୍ତୁ l ନହେଲେ ଆପଣଙ୍କ ବାଇକ ବି ଜବତ ହୋଇପାରେ l