UTKAL PRATIDIN

ନୁଆଁଖାଇରେ କାହିଁକି ଲାଗି ହୁଏ ନବାନ୍ନ?

ସମ୍ବଲପୁର: ଦିନ କେଇଟା ପରେ ନୂଆଁଖାଇ । ଏନେଇ ଚଳଚଞ୍ଚଳ ପଶ୍ଚିମ ଓଡି଼ଶା । ନୂଆଁଖାଇ ଅବସରରେ ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ଠାରେ ଲାଗି ହେବ  ନୂଆଁଧାନ  । ଆସନ୍ତା ୨୦ ତାରିଖରେ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇର ଲଗ୍ନ ନିର୍ଦ୍ଧାରିତ ହୋଇଥିବାରୁ ଆଜି ମା ସମଲେଶ୍ବରୀଙ୍କ ପୀଠରେ  ପହଞ୍ଚିଛି ନୂଆଁଧାନ । ବ୍ରହ୍ମ ପଣ୍ଡିତ ମହାସଭା ଦ୍ୱାରା ଲଗ୍ନ ନିର୍ଦ୍ଧାରିତ କରାଯାଇଛି ।

୨୦ ତାରିଖ ଦିନ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ ମଧ୍ୟରେ ମା ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି  କରାଯିବ ବୋଲି ନୀତି ନିର୍ଘଣ୍ଟ ହୋଇଛି।  ତା ପରେ ସମସ୍ତେ ନିଜ ନିଜ ଘରେ ନୂଆଁଧାନକୁ ପୂଜା କରି ନୂଆଁଖାଇ ପାଳନ କରିବେ । ମା’ଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଞ୍ଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି । ଏହି ନୂଆଁଧାନକୁ ଗଣେଷ ପୂଜା ଦିନ ପୂଜକଙ୍କ ପରିବାର ଯତ୍ନ ସହକାରେ ସଫା କରିବେ l

ଏହା ପରେ କେଣ୍ଡାରୁ ଧାନ ଅଲଗା କରି ତାକୁ ଭାଜି ଚାଉଳ ବାହାର କରିବେ । ପରେ ଗୁଡ ଓ ଘିଅ ଦେଇ ନବାନ୍ନ ପ୍ରସ୍ତୁତ କରିବେ । ତେବେ ୬୦ ଦିନରେ ଉତ୍ପାଦନ ହେଉଥିବା ଧାନ ପାଇଁ ସୁବାଷ ବେହେରାଙ୍କ ପରିବାର ବହୁ ପୂର୍ବରୁ ଚାଷରେ ଲାଗିପଡିଥାନ୍ତି । ୫ବର୍ଷ ହେଲା ସୁବାଷ ବେହେରାଙ୍କ ପରିବାର ଏହି ଧାନ ଯୋଗାଇ ଆସୁଛନ୍ତି ।

Exit mobile version