
ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍ ଅଭିନେତ୍ରୀ ଏଲିନା ସାମନ୍ତରାୟ । ଡେଷ୍ଟିନେସନ ୱେଡିଂ କରି ଫ୍ୟାନଙ୍କୁ ଦେଇଛନ୍ତି ସରପ୍ରାଇଜ୍।ଭୁବନେଶ୍ୱରର ବ୍ୟବସାୟୀ ଅନୁରାଗ ପଣ୍ଡାଙ୍କୁ ଇଣ୍ଡୋନେସିଆ ବାଲିରେ ହିନ୍ଦୁ ରୀତିନୀତିରେ କରିଛନ୍ତି ବିବାହ ।ତରଙ୍ଗ ଟିଭିର କିଏ ହେବ ମୋ ହିରୋଇନ ରିଆଲିଟି ସୋ ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ
ଇସ୍କ ତୁ ହି ତୁ’ ଫିଲ୍ମ ଜରିଆରେ ଓଲିଉଡରେ ଏଣ୍ଟ୍ରି ମାରିଥିଲେ ଏଲିନା । ତେବେ ବଡ଼ ଖବର ହେଉଛି ଏଲିନାଙ୍କ ବିବାହ ଖବର ନା ଫ୍ୟାନ ନା ଓଲିଉଡ କେଉଁଠି ବି ଜଣାନଥିଲା।
ତା’ପରଠୁ ଏକାଧିକ ଫିଲ୍ମରେ ଅଭିନୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।ବିବାହ ପରେ ଅନୁରାଗ ଓ ଏଲିନାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।ବିବାହକୁ ନେଇ ସେମିତି କିଛି ଚର୍ଚ୍ଚା ନଥିଲାବେଳେ ଏହି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।