Site icon UTKAL PRATIDIN

ମନ୍ଦିରରୁ ଫେରିବା ସମୟରେ କାହିଁକି ବଜାନ୍ତିନି ଘଣ୍ଟି? ବଜାଇଲେ କଣ ହେବ 

WhatsApp Image 2025-05-23 at 11.28.57 AM

ଭୁବନେଶ୍ଵର: ସାଧାରଣତଃ ମନ୍ଦିର ଯିବା ପୂର୍ବରୁ ଆମେମାନେ ଘଣ୍ଟି ବଜାଇଥାଉ । ଏହାର ପଛରେ ଅନେକ ଧାର୍ମିକ ମହତ୍ତ୍ଵ ମଧ୍ୟ ରହିଛି । ତେବେ କ’ଣ ଆପଣ ଜାଣନ୍ତି ଯେ, ମନ୍ଦିରରୁ ଫେରିବା ସମୟରେ କେବେ ଘଣ୍ଟି ବଜାଇବା ଉଚିତ୍ ନୁହେଁ। ଅନେକ ଲୋକ ଏହା ଜାଣନ୍ତି ନାହିଁ ଯେ କାହିଁକି ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ। ଆସନ୍ତୁ ଜାଣିବା ମନ୍ଦିରରୁ ଫେରିବା ସମୟରେ କାହିଁକି ଘଣ୍ଟି ବଜାଇବା ଅନୁଚିତ୍‌.. ଧାର୍ମିକ ମାନ୍ୟତା ଅନୁଯାୟୀ, ଯେତେବେଳେ ଆମେ ମନ୍ଦିରରେ ପ୍ରବେଶ କରିବା

ସମୟରେ ଘଣ୍ଟି ବଜାଇଥାଉ ସେତେବେଳେ ଆମ ଶରୀରର ସମ୍ପୂର୍ଣ୍ଣ ନକରାତ୍ମକ ଶକ୍ତି ଘଣ୍ଟି ଧ୍ୱନି ଦ୍ୱାରା ନଷ୍ଟ ହୋଇଯାଏ ଏବଂ ସେହି ସମୟରେ ଲୋକଙ୍କ ସୁଖ ଏବଂ ସମୃଦ୍ଧିର ଦ୍ୱାର ମଧ୍ୟ ଖୋଲିଯାଏ। ଏହା ମଧ୍ୟ କୁହାଯାଏ ଯେ, ଘଣ୍ଟିର ଶବ୍ଦ ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଘଣ୍ଟି ବଜାଇ ଭକ୍ତ ମନ୍ଦିରରେ ପ୍ରବେଶ କରିବା ପାଇଁ ଭଗବାନଙ୍କ ଅନୁମତି ଲୋଡ଼ନ୍ତି ଏବଂ ଦେବାଦେବୀଙ୍କ ଧ୍ୟାନ ନିଜ ଆଡକୁ କେନ୍ଦ୍ରୀଭୂତ କରନ୍ତି। ଏହାପରେ ତାଙ୍କୁ ପୂଜାର୍ଚ୍ଚନା କରନ୍ତି। ଘଣ୍ଟିର ଧ୍ବନି ଦ୍ବାରା ଶରୀର ଓ ଏହାର ଆଖପାଖ ପରିବେଶରେ ଥିବା ସମସ୍ତ ଜୀବାଣୁ, ଭୂତାଣୁ ନଷ୍ଟ ହୋଇଯାଆନ୍ତି, ଫଳରେ ମନ୍ଦିର ଏବଂ ଏହାର ଆଖପାଖ ପରିବେଶ ମଧ୍ୟ ଶୁଦ୍ଧ ହୋଇଯାଏ। ପୁରାଣରେ କୁହାଯାଇଛି ଯେ, ଯେତେବେଳେ ଆମେ ମନ୍ଦିରକୁ ଯାଉ ସେତେବେଳେ ଆମ ମନରେ ବିଭିନ୍ନ ପ୍ରକାରର ଭାବନା ଚାଲିଥାଏ, ଏଥିସହ ନକରାତ୍ମକ ଭାବନା ମଧ୍ୟ ଆସେ। ଯାହା ମନ୍ଦିରରେ ପ୍ରବେଶ କରିବା ପରେ ଘଣ୍ଟି ବଜାଇବା ମାତ୍ରେ ନଷ୍ଟ ହୋଇଯାଏ। ଶଙ୍ଖ, ଘଣ୍ଟି ଏବଂ ଘଣ୍ଟାର ଦିବ୍ୟ ଧ୍ବନି ଶରୀରରୁ ସମସ୍ତ ନକରାତ୍ମକ ଶକ୍ତି ଏବଂ ଚିନ୍ତାଧାରାକୁ ଦୂର କରିଥାଏ। ଏହାପରେ ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ପରେ ମନରେ ସକରାତ୍ମକ ଶକ୍ତି ଏବଂ ଚିନ୍ତାଧାରା ଜାଗ୍ରତ ହୋଇଥାଏ।

ଏହାପରେ ଆମେ ପ୍ରେମ ଭାବରେ ଭକ୍ତି ଭଜନ କରି ଫେରିଥାଉ, ଏବଂ ତା’ପରେ ଘଣ୍ଟି ବଜାଇବା ଦ୍ବାରା ସମସ୍ତ ସକରାତ୍ମକ ଶକ୍ତି ଘଣ୍ଟି ଧ୍ୱନି ଦ୍ୱାରା ନଷ୍ଟ ହୋଇଯାଇଥାଏ। ତେଣୁ ସକରାତ୍ମକ ଶକ୍ତି ବଜାୟ ରଖିବା ପାଇଁ ମନ୍ଦିରରୁ ଫେରିବା ସମୟରେ ଘଣ୍ଟି ବଜାଇବା ଉଚିତ୍ ନୁହେଁ। ମନ୍ଦିରରେ ଲାଗିଥିବା ଘଣ୍ଟିକୁ ନେଇ ବିଶ୍ୱାସ ରହିଛି ଯେ, ଯେତେବେଳେ ସୃଷ୍ଟି ଆରମ୍ଭ ହୋଇଥିଲା ସେତେବେଳେ ଯେଉଁ ଧ୍ବନି ଶୁଭିଥିଲା ତାହା ଘଣ୍ଟିର ଶବ୍ଦ ଥିଲା। ଏହା ମଧ୍ୟ କୁହାଯାଏ ଯେ, ଘଣ୍ଟି ବଜାଇବା ଦ୍ବାରା ଓଁକାର ମନ୍ତ୍ରର ଉଚ୍ଚାରଣ ପୂର୍ଣ୍ଣ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ, ଘଣ୍ଟି ବଜାଇବା ଦ୍ବାରା ମୂର୍ତ୍ତିମାନଙ୍କରେ ଚେତନା ଜାଗ୍ରତ ହୁଏ ଏବଂ ପୂଜାର୍ଚ୍ଚନାର ପ୍ରଭାବ ବଢିଥାଏ।

Exit mobile version