Site icon UTKAL PRATIDIN

ବିବାହ ପାଇଁ ଏମିତି ଜାଗା କାହିଁକି ବାଛିଲେ ରାଘବ ଚଢ଼ା?

2

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। ମିଳିଥିବା ସୂଚନା ମୁତାବକ ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବର ୨୪ରେ ବିବାହ କରିବେ। ସେପ୍ଟେମ୍ବର ୨୩ରେ ମଙ୍ଗନ ଓ ୨୪ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ଭଉଣୀ ତଥା ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ‌ଚୋପ୍ରା ଜୋନସଙ୍କ ଭଳି ପରିଣୀତି ମଧ୍ୟ ରାଜସ୍ଥାନ ଉଦୟପୁରରେ ବିବାହ କରିବେ।

ତେବେ ଆଜି ଆମେ ବିବାହ ପାଇଁ ଧାର୍ଯ୍ୟ ହୋଇଥିବା ସବୁ ରୀତିନୀତିର ତାରିଖ ବାବଦରେ ଜଣାଇବୁ | ପରିଣୀତି ଏବଂ ରାଘବଙ୍କ ବିବାହ ପାଇଁ ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ ଲୀଲା ପ୍ୟାଲେସ୍ ଏବଂ ତାଜ ଲେକ ହୋଟେଲ ବୁକ୍ କରାଯାଇଛି। ପଞ୍ଜାବୀ ରୀତିନୀତି ଅନୁଯାୟୀ ୨୪ ସେପ୍ଟେମ୍ବରରେ ଏହି ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହେବେ |

ପରିଣୀତି ଚୋପ୍ରା ଏବଂ ରାଘବଙ୍କ ବିବାହ କାର୍ଡ ଅନୁଯାୟୀ ରୀତିନୀତି ସେପ୍ଟେମ୍ବର ୨୩ ରୁ ଆରମ୍ଭ ହେବ ଏବଂ ସେପ୍ଟେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ। ଚୁଡ଼ି ଉତ୍ସବ ୨୩ ସେପ୍ଟେମ୍ବର ସକାଳ ୧୦ଟାରେ ହେବାକୁ ଥିବାବେଳେ ସଙ୍ଗୀତ ସେପ୍ଟେମ୍ବର ୨୩, ସନ୍ଧ୍ୟା ୭ଟା, ବରଣମାଳା ୨୪ ସେପ୍ଟେମ୍ବର ଅପରାହ୍ନ ୩ଟା ୩୦, ବିବାହ-ପାଣିଗ୍ରହଣ ଅପରାହ୍ନ ୪ଟାରେ ହେବାକୁ ଥିବାବେଳେ ପରିଣୀତିଙ୍କ ପରିବାର ତରଫରୁ ରାତି ୮ଟା ୩୦ରେ ରିସେପ୍ସନ ଭୋଜି ଦିଆଯିବ |

Exit mobile version