
ବିରୋଧୀଙ୍କୁ ଡରି ମତ ବଦଳାଇଲେ ମୁଖ୍ୟମନ୍ତ୍ରୀ ! ପଶ୍ଚିମ ଓଡ଼ିଶାର ବିରୋଧୀ ଶାସକ ବିଧାୟକ ହେଲେ ଏକ୍ । ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଲେ ଶାସକ ଦଳ ବିଧାୟକ । ୨୪ ଘଣ୍ଟା ଭିତରେ ନିଜର ପ୍ରତିକ୍ରିୟା ପ୍ରତ୍ୟାହାର କରିଛନ୍ତି ମୋହନ ମାଝୀ । ବିରୋଧୀଙ୍କ ଭୟରେ ସରକାର ମତ ବଦଳାଇବା ଚର୍ଚା ହେଉଛି । ବିରୋଧୀଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଶାସକ ଦଳର ବିଧାୟକ ଯାହାକୁ ନେଇ ଚିନ୍ତାରେ ମୋହନ ସରକାର । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବେ ସୁପ୍ରିମକୋର୍ଟ ରେ ବିଚାରାଧୀନ ଅଛି ବୋଲି କହି ଖସିବାକୁ ଚେଷ୍ଟା କରୁଛନ୍ତି ମୋହନ ମାଝୀ । ପୂର୍ବରୁ ଯେଉଁ ମୁଖ୍ୟମନ୍ତ୍ରୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି କହିଥିଲେ ବିରୋଧୀଙ୍କ ଭୟରେ ନିଜ ମତ ବଦଳାଇଛନ୍ତି ମୋହନ । ପ୍ରତ୍ୟକ ପ୍ରସଙ୍ଗକୁ ନେଇ ମୋହନ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗତ ୨ ଦିନ ହେବ ହାଇକୋର୍ଟ ବେଞ୍ଚର ପ୍ରତିଷ୍ଠା ପ୍ରସଙ୍ଗ କୁ ନେଇ ବିଧାନସଭାରେ ଥମୁନି ବୟାନବାଜି । ଉଭୟ ଶାସକ ଦଳର ବିଧାୟକ ଓ ବିରୋଧିଦଳର ବିଧାୟକ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ପ୍ରତିଷ୍ଠା କୁ ଦାବି କରିଛନ୍ତି । ଯାହାକୁ ନେଇ ସରକାରଙ୍କ ଆଗରେ ଚାଲେଞ୍ଜ ସୃଷ୍ଟି ହୋଇଛି । ଗତ ସୋମବାର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବାବଦରେ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଥିଲେ ।
ଏହାର ଜବାବରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ଦେଇଥିଲେ । ଉତ୍ତରରେ କହିଥିଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଯଥାର୍ଥତା ନାହିଁ ବୋଲି ସୁପ୍ରିମକୋର୍ଟ ପକ୍ଷ ରଖିଥିଲେ । ଏହା ପରେ ଆଉ ହାଇକୋର୍ଟ ପ୍ରତିଷ୍ଠା ହେବାର ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାପରେ ତେଜିଥିଲା ଅସନ୍ତୋଷ ପଶ୍ଚିମ ଓଡ଼ିଶାର ନେତା ମାନଙ୍କ ମନ ମଉଳିଯାଇଥିଲା । ସମସ୍ତ ପଶ୍ଚିମ ଓଡ଼ିଶାର ବିଧାୟକ ଏଥିରେ ଖପ୍ପା ହୋଇଥିବାର ଦେଖା ଦେଇଥିଲା । ବିରୋଧୀଙ୍କ ବିରୋଧ ଦାବିରେ ସ୍ୱର ମିଳାଇଥିଲେ ଶାସକ ଦଳର ବିଧାୟକ ଯାହାକୁ ନେଇ ଅଡୁଆରେ ପଡ଼ିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅସନ୍ତୋଷ ତୀବ୍ର ହୋଇଥିଲା । ମୋହନଙ୍କ ବୟାନ କୁ ନେଇ ଶାସକ ଦଳ ଭିତରେ ଅସନ୍ତୋଷ ପ୍ରକାଶ ପାଇଥିଲା ସରକାରଙ୍କ ବିରୋଧରେ ସ୍ୱର ଉଠାଇଥିଲେ ସରକାରୀ ଦଳର ବିଧାୟକ ଓ ନେତା ମାନେ । ବିରୋଧୀ ଦଳ ସିଧାସଳଖ ସରକାରଙ୍କୁ ଘେରିଥିଲା । ନିର୍ବାଚିତ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ପଶ୍ଚିମ ଓଡ଼ିଶାର ହୋଇଥିବାରୁ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ଉପରେ ସମସ୍ତ ପଶ୍ଚିମ ଓଡ଼ିଶାର ନଜର ରହିଥିଲା ଯାହା ମୋହନ ଙ୍କ ଧାଡ଼ିକିଆ ଉତ୍ତରରେ ପଶ୍ଚିମ ଓଡିଶାକୁ ଶକ୍ତ ଝଟକା ଦେଇଥିଲା ।