
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡିକର ସୁରକ୍ଷା ସ୍ଥିତିକୁ ସମୀକ୍ଷା ପାଇଁ ନୂଆଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ ହୋଇଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଓଧ୍ୟପ୍ରଦେଶ ସମେତ ଅନ୍ୟାନ୍ୟ ନକ୍ସଲ ପ୍ରଭାବିତ ରାଜ୍ୟର ପୁଲିସ ଡିଜି ଏବଂ ମୁଖ୍ୟ ଶାସନ ସଚିବମାନେ ମଧ୍ୟ ଯୋଗ ଦେଇଥିଲେ ।
ଏହି ବୈଠକରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଓଡିଶାକୁ ଖୁବ ପ୍ରଶଂସା କରିଛନ୍ତି l ଓଡିଶାର ମାଓଦମନ ନିତି ପାଇଁ ଓଡିଶାକୁ ଏପରି ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହା କେବଳ ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ଯୋଗୁଁ l ତାଙ୍କର ମାଓଦମନ ରଣନୀତୀ ଯୋଗୁ ଓଡିଶାରେ ପୂର୍ବ ଅପେକ୍ଷା ମାଓ ପ୍ରବଣ ଜିଲ୍ଲା ହ୍ରାସ ପାଇବା ସହ ମାଓ ହିଂସା ଦେଖିବାକୁ ମିଳୁନି । ଓଡ଼ିଶାରେ ପୂର୍ବରୁ ୨୧ ଜିଲ୍ଲାରେ ନକ୍ସଲ ଉପଦ୍ରବ ଥିବା ବେଳେ ଏବେ କେବଳ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ୟ୍ୟକଳାପ ରହିଛି ।
ଏହା ଛଡ଼ା ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ମଧ୍ୟ କହିଛନ୍ତି ଯେ, ନକ୍ସଲ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଭଲ ସ୍ଥାନରେ ଅଛି । ପୂର୍ବରୁ ଓଡ଼ିଶାର ୨୧ ଜିଲ୍ଲାରେ ନକ୍ସଲ ଉପଦ୍ରୁତ ଥିଲା । ଏବେ ୭ ଜିଲ୍ଲାରେ ନକ୍ସଲଙ୍କ କାର୍ୟ୍ୟକଳାପ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ମାଓ ଅଧ୍ୟୁଷିତ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ହ୍ରାସ ପାଇଛି । ଜନସାଧାରଣଙ୍କ ଗମନାଗମନ ସୁବିଧା, ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲ ଯୋଗାଣ, ବାୟୁ ସ୍ୱାସ୍ଥ୍ୟସେବା ଯୋଜନା ମାଧ୍ୟମରେ ଉନ୍ନତ ସ୍ୱାସ୍ଥ୍ୟସେବାରୁ ମାଓ କାର୍ୟ୍ୟକଳାପ କମିଛି । ମାଓ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ୟ୍ୟ ତ୍ୱରାନ୍ୱିତ କରିବାକୁ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଦାବି କରି ଆସିଛି । ତେଣୁ ଓଡ଼ିଶାରେ ଓଡିଶାକୁ ନକ୍ସଲ ମୁକ୍ତ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ପ୍ରଚେଷ୍ଟିତ l