Site icon UTKAL PRATIDIN

ରାହୁଲ ଗାନ୍ଧୀଙ୍କୁ କାହିଁକି ଏମିତି କହି ପ୍ରଶଂସା କଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ

images (7)

ସ୍ମୃତି ଙ୍କ ମୁହଁରେ ଶୁଣିବାକୁ ମିଳୁଛି ରାହୁଲଙ୍କ ପ୍ରଶଂସା । । ଯିଏ ଦିନେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପଦେ ହେଲେ ସମାଲୋଚନା କରିବାକୁ ପଛାଉନଥିଲେ ସେ ଏବେ ପ୍ରଶଂସାରେ ପୋତିପକାଉଛନ୍ତି । ୨୦୧୯ ସାଧାରଣ ନିର୍ବାଚନରେ ଉଭୟଙ୍କୁ ଗୋଟିଏ ଆସନ ଅମେଥିରୁ ଲଢ଼ିଥିବାର ଦେଖିବାକୁ ମିଳିଥିଲା । ଏଥିରେ ରାହୁଲ ଙ୍କୁ ପରାସ୍ତ କରିଥିଲେ ବିଜେପି ନେତ୍ରୀ ସ୍ମୃତି ଇରାନୀ । ତା ପରଠୁ ଗାନ୍ଧୀ ପରିବାର ଓ ରାହୁଲଙ୍କୁ ସବୁବେଳେ ନିଜ ମନ୍ତବ୍ୟ ରେ ଦୃଢ ଆକ୍ରମଣ କରିବାର କେବେ ପଛଘୁଞ୍ଚା ଦିଅନ୍ତିନି ସ୍ମୃତି ଇରାନୀ । କିନ୍ତୁ ଏବେ ସ୍ମୃତିଙ୍କ ସ୍ୱର ବଦଳିଯାଇଛି ଏକ ସ୍ୱତନ୍ତ୍ର ସାକ୍ଷାତକାର ରେ ପ୍ରଥମଥର ପାଇଁ ରାହୁଲଙ୍କ ରାଜନୀତି ଆଉ ଜୀବନୀକୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି ସ୍ମୃତି ଇରାନୀ ।

ସ୍ମୃତି କହିଛନ୍ତି ରାହୁଲ ଏବେ ରାଜନୀତି ର ଗୋଟି ଖୁବ ଭିନ୍ନ ଢଙ୍ଗରେ ପରିଚାଳନା କରୁଛନ୍ତି । ତାଙ୍କ ରାଜନୀତି କରିବା ଢଙ୍ଗ ମଧ୍ୟ ବଦଳିଯାଇଛି । ଆହୁରି ମଧ୍ୟ କହିଛନ୍ତି ରାହୁଲ ଜାତିଗତ ରାଜନୀତି ଖୁବ ଚତୁରତାର ସହ କରୁଛନ୍ତି ତା ସହ ସେ ସଂସଦ କୁ ସବୁବେଳେ ଟୀ-ସାର୍ଟ ପିନ୍ଧି ଆସୁଛନ୍ତି ଯାହାଫଳରେ ସେ ଯୁବକ ମାନଙ୍କୁ ଭିନ୍ନ ବାର୍ତା କେମିତି ଯିବା ସେ ଜାଣିଛନ୍ତି । ରାହୁଲଙ୍କୁ ପ୍ରଶଂସା କରିବା ସହ ବିଜେପିକୁ ସତର୍କ କରାଇଛନ୍ତି ସ୍ମୃତି । ସେ କହିଛନ୍ତି ରାହୁଲଙ୍କ କୌଣସି ପଦକ୍ଷପ ଓ ରାଜନୀତି କୁ ହାଲ୍କା ଭାବରେ ତଥା ପିଲାଳିଆମୀ ନ ଭାବିବା ଦରକାର ।

ବର୍ତ୍ତମାନ ସେ ଯେଉଁ ପ୍ରକାର ରାଜନୀତି କରୁଛନ୍ତି ତାହାକୁ ଅଣଦେଖା କରିବା ଉଚିତ ନୁହଁ ବୋଲି ଚେତାବନୀ ଦେଇଛନ୍ତି ସ୍ମୃତି ଇରାନୀ । ୨୦୨୪ ରେ ଅମେଥି ରୁ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମା ଙ୍କ ଠାରୁ ପରାସ୍ତ ହୋଇଥିଲେ ସ୍ମୃତି । ସେବେଠାରୁ ସୋସିଆଲ ମିଡିଆରେ ଖୁବ ଟ୍ରଲ ର ଶିକାର ହୋଇଥିଲେ ସ୍ମୃତି ଇରାନୀ । ହେଲେ ଏବେ ସ୍ମୃତିଙ୍କ ମୁହଁରେ ରାହୁଲଙ୍କ ପ୍ରଶଂସା ସାଧାରଣରେ ଚର୍ଚା ସୃଷ୍ଟି କରୁଛି । ଏ ନେଇ ଏ ପର୍ଯ୍ୟନ୍ତ ରାହୁଲଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Exit mobile version