
ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦକୁ ନେଇ ଏବେ ରାଜନୀତି ସରଗରମ | ମମତାଙ୍କ ଜାଗା କିଏ ନବ ? ରାଜ୍ୟସଭା ପାଇଁ ବଜେପି କାହାକୁ ପଠାଇବ ? ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ରାଜ୍ୟସଭାକୁ ପଠାଇବ କି ଦଳ ? ନା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ପଠାଇଵ ? ସଂଭାବ୍ୟ ପ୍ରାର୍ଥୀ ତାଲିକାରେ ଏମାନଙ୍କ ନାଁ ଥିବାବେଳେ ବିଶ୍ୱେଶ୍ୱର ଟୁଡୁଙ୍କ ନାଁକୁ ନେଇ ମଧ୍ୟ ଆଲୋଚନା ହେଉଛି | ନା କିଛି ସର୍ଵପ୍ରାଇଜ଼ ଗିଫ୍ଟ ଦେବା ଦଳ ? କଣ ହେବ ରାଜନୈତିକ ସମୀକରଣ ? ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି |
ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦୌଡରେ ମନମୋହନ ସାମଲଙ୍କ ନାଁ ସବୁଠାରେ ଆଗରେ ରହିଛି | କାରଣ ଗତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ି ଓଡ଼ିଶାରେ ବିଜେପି ସରକାର ଗଢ଼ିଛି, ୨୦ ଏମପି ମଧ୍ୟ ଦେଇଛି | ହେଲେ ନିଜେ ମନମୋହନ ନିର୍ବାଚନ ହାରି ଯାଇଛନ୍ତି | ତେଣୁ ତାଙ୍କୁ ଖୁସି କରିବା ପାଇଁ ଦଳ ମନମୋହନଙ୍କୁ ରାଜ୍ୟ ସଭା ପଠାଇବା କି ? ଅବଶ୍ୟ ମନମୋହନ ଏପରି ସମ୍ଭାବନାକୁ ଏଡାଇ ଦେଇଛନ୍ତି | କେନ୍ଦ୍ର ଯାହା ନିଷ୍ପତ୍ତି ନେବ ସେହି ଅନୁସାରେ କାମ ହେବ | ଗଣମାଧ୍ୟମର ଚର୍ଚ୍ଚା କୌଣସି ଗୁରୁତ୍ୱ ରଖେନି ବୋଲି କହିଛନ୍ତି ମନମୋହନ |
ତେବେ ସବୁଠାରୁ ବେଶୀ ଚର୍ଚ୍ଚା ହେଉଛି ସର୍ଵପ୍ରାଇଜ କାର୍ଡ ଖେଳିବନି ତ ବିଜେପି ? ସେହି ଜାଗାରେ ପୁଣି ଥରେ ମମତାଙ୍କୁ ରିପିଟ କରିବନି ତ ? କାରଣ ବିଜେଡି କୁଡୁମି ସମାଜକୁ ସନ୍ତୁଷ୍ଟ କରି ମୟୁରଭଞ୍ଜ ଭୋଟକୁ ହାତେଇବା ପାଇଁ ୨୦୨୦ରେ ମମତାଙ୍କୁ ରାଜ୍ୟସଭାକୁ ପଠାଇଥିଲା | ହେଲେ ବିଜେଡି ତାଙ୍କୁ ଅଣଦେଖା କରୁଛି କହି ମମତା ଦଳ ଛାଡି ଦେଇଛନ୍ତି | ଏପରି ସ୍ଥିତିରେ ବିଜେପି ଯଦି ତାଙ୍କୁ ପୁଣି ରାଜ୍ୟସଭାକୁ ନ ପଠାଏ ତେବେ କୁଡୁମି ସମାଜର ଅସନ୍ତୋଷ ବିଜେପି ପ୍ରତି ବଢିବ | ବିଜେପି ଲୋକଙ୍କ ପାଇଁ ନୁହେଁ କେବଳ ବିଜେଡ଼ିକୁ ଭାଙ୍ଗିବା ପାଇଁ ମମତାଙ୍କୁ ନେଇଛି ଏମିତି ଏକ ବାର୍ତ୍ତା ଯିବା | ଏଥର ନିର୍ବାଚନରେ ମୟୁରଭଞ୍ଜବାସୀ ବିଜେପିକୁ ବିପୁଳ ସମର୍ଥନ ଦେଇଛନ୍ତି | ତେଣୁ କୁଡୁମି ସମାଜକୁ ଅସନ୍ତୁଷ୍ଟ କରି ଦଳ ରିସ୍କ ନେବାକୁ ଚାହିଁବନି |
ତା ଛଡା ମମତାଙ୍କ କାର୍ଯ୍ୟକାଳ ଆଉ ମାତ୍ର ଦେଢ଼ ବର୍ଷ ରହିଛି | ଏପରି ସ୍ଥିତିରେ ଆଉ କାହାକୁ ପଠେଇବା ଅପେକ୍ଷା ମମତାଙ୍କୁ ସେହି ଜାଗାରେ ରଖି ମୟୁରଭଞ୍ଜ ଭୋଟକୁ ହାତମୁଠାରେ ରଖିବାକୁ ଚାହିଁବ ବିଜେପି |
ରାଜ୍ୟ ସଭାରେ ୨୨୫ ଆସନ ରଥିବାବେଳେ ବହୁମତ ପାଇଁ ୧୧୩ ଜଣଙ୍କ ସମର୍ଥନ ଦରକାର | ବିଜେପିର ୮୬ ସଦସ୍ୟ ଥିବା ବେଳେ ସହଯୋଗୀଙ୍କ ସଂଖ୍ୟାକୁ ମିଶାଇଲେ ୧୦୧ ସମର୍ଥନ ରହିଛି | ଏହା ବାଦ ଜଣେ ସ୍ୱାଧୀନ ଓ ୭ ଅନ୍ୟ ସଦସ୍ୟଙ୍କ ସମର୍ଥ ବି ରହିଛି | ଏହାକୁ ମିଶାଇଲେ ସହଯୋଗୀଙ୍କ ସଂଖ୍ୟ ୧୦୯ ହେଉଛି | ବହୁମତ ପାଇଁ ଦଳକୁ ଆଉ ୪ ସଦସ୍ୟଙ୍କ ସମର୍ଥନ ଦରକାର | ତେଣୁ ବିଜେଡିରୁ ଆଉ କିଛି ସଦସ୍ୟ ଆମଦାନୀ କରାଯାଇପାରେ ବୋଲି ଅନୁମାନ କରାଯାଉଛି | ଯଦି ଏପରି କରେ ତେବେ ମମତାଙ୍କୁ ରିପିଟ କଲେ ବିଜେପି ପାଇଁ ପଥ ସୁଗମ ହୋଇପାରେ | ତେବେ ବିଜେପିର ରଣନୀତି ଆଗକୁ କଣ ହୋଇପାରେ ତାହା ସମୟ କହିବି |