ଶ୍ରୀଲଙ୍କାରେ ସାରିଛି ରାଷ୍ଟ୍ରପତି ନିର୍ବାଚନ ।ଭୋଟ ଗଣତି ପ୍ରକ୍ରିୟା ଚାଲିଥିଲା ବେଳେ ଅନୁରା କୁମାର ଦେଶନାୟକ ରାଷ୍ଟ୍ରପତି ହେବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇସାରିଛି ।ଜାତୀୟ ପିପୁଲସ୍ ପାୱାର ଅନୁରା କୁମାର ଦେଶନାୟକ ୫୩ପ୍ରତିଶ୍ରତ ଆଗୁଆ ଅଛନ୍ତି ।ଏହି ନିର୍ବାଚନରେ ଅନୁରା କୁମାରାଙ୍କ ପ୍ରତିପକ୍ଷରେ ଥିଲେ ରାନିଲ ବିକ୍ରମସିଂଘେ। ୧ କୋଟି ୭୦ ଲକ୍ଷ ମତଦାତାଙ୍କ ମଧ୍ୟରୁ ୭୫ ପ୍ରତିଶତ ଲୋକେ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି।
ଅନୁରା କୁମାର ଦିଶାନାୟକେ କଲମ୍ବୋ ଜିଲ୍ଲାର ସାଂସଦ ଅଟନ୍ତି। ବର୍ତ୍ତମାନ ସେ ନ୍ୟାସନାଲ ପିପୁଲ୍ସ ପାୱାର ଏବଂ ଜନତା ଭିମୁକଥୀ ପେରୁମୁନା ପାର୍ଟିର ନେତା ଅଟନ୍ତି। ଏନପିପି ମିଳିତ ମଞ୍ଚର ପ୍ରାର୍ଥୀ ଭାବରେ ସେ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ମିଳିତ ମଞ୍ଚରେ ମାର୍କ୍ସବାଦୀ-ଜନତା ଜନତା ଭିମୁକଟି ପେରେମୁନା ଜେଭିପି ପାର୍ଟି ଅନ୍ତର୍ଭୁକ୍ତ।
୨୦୨୨ ମସିହାରେ ହୋଇଥିବା ଆର୍ଥିକ ସଙ୍କଟ ପରେ ଶ୍ରୀଲଙ୍କାରେ ଏହା ହେଉଛି ପ୍ରଥମ ରାଷ୍ଟ୍ରପତି ନିର୍ବାଚନ। ଖାଦ୍ୟ ଶସ୍ୟ, ଇନ୍ଧନ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଅଭାବ ମଧ୍ୟରେ ଶ୍ରୀଲଙ୍କା ଏପ୍ରିଲ୍ ୨୦୨୨ ରେ ଦେବାଳିଆ ହୋଇଥିବା ଘୋଷଣା କରାଯାଇଥିଲା। ଦେଶରେ ମାସେ ଧରି ବିରୋଧ ପ୍ରଦର୍ଶନ ହିଂସାତ୍ମକ ରୂପ ନେବା ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଶ୍ରୀଲଙ୍କା ଛାଡି ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ପରେ ବିକ୍ରମସିଂଘେଙ୍କୁ ନୂତନ ରାଷ୍ଟ୍ରପତି ଭାବରେ ନିଯୁକ୍ତ କରାଯାଇଥିଲା।