Site icon UTKAL PRATIDIN

ଦାଦନ ଦୁଃଖ ପାଇଁ ଦାୟୀ କିଏ?

mohan-4

ରାଜ୍ୟରେ ରୋଜଗାର ମିଳୁନଥିବାରୁ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ରାଜ୍ୟବାସୀ । 2 ପଇସା ରୋଜଗାର କରି ପରିବାର ଚଳାଇବା ପାଇଁ ଘରର ଭେଣ୍ଡିଆ ପୁଅ ବିଦେଶେ ବନ୍ଧା ପଡୁଛି । ଦାଦାନ ଖଟି ଯାଇଥିବା ଶ୍ରମିକ କିଏ ଘର ବାହୁଡା ହେଉଛି ତ କାହାର ଶବ ଘରକୁ ଫେରୁଛି । ତେବେ ରାଜ୍ୟରେ ଲୋକଙ୍କୁ କାମଧନ୍ଦା ମିଳୁନଥିବାରୁ ପ୍ରବାସୀ ଶ୍ରମିକ ଭାବରେ ରାଜ୍ୟ ବାହାରକୁ କାମ ଧନ୍ଦା ପାଇଁ ଯାଉଛନ୍ତି ଲୋକ । ରାଜ୍ୟ ବାହାରକୁ କାମକୁ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରାୟତଃ କୋଟିଏ ପାଖାପାଖି ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ତେଣୁ ବିରୋଧୀ କହିଛନ୍ତି କଥା ନକହି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରନ୍ତୁ ସରକାର । ରାଜ୍ୟରେ ମିଳୁନି କାମଧନ୍ଦା। ବଢୁଛି ବେରୋଜଗାରୀ। କାମ ଅନ୍ବେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି ହଜାର ହଜାର ଲୋକ। ଏଭଳି କାମ ପାଇଁ ଅନ୍ୟ ରାଜ୍ୟକୁ ଯାଉଥିବା ଲୋକଙ୍କ ସଂଖ୍ୟା ପ୍ରାୟ ୧ କୋଟି ହେବ। ଗ୍ରାମାଞ୍ଚଳରେ ରହୁଥିବା ୩ କୋଟି ଲୋକଙ୍କୁ ମଧ୍ୟରୁ ୧ କୋଟି ଲୋକ ରାଜ୍ୟ ବାହାରକୁ ଯାଉଛନ୍ତି । ସୁରଟ, ବେଙ୍ଗାଳୁରୁ, ଆନ୍ଧ୍ର, ତେଲେଙ୍ଗାନା, ମୁମ୍ବାଇ ଓ ଚେନ୍ନାଇ ଭଳି ସ୍ଥାନକୁ ଯାଉଛନ୍ତି ରାଜ୍ୟବାସୀ। ଦାଦନ ସମସ୍ୟାକୁ ଦୂର କରିବା ପାଇଁ ମନେରେଗା ଯୋଜନାରେ ଦାଦନ ପ୍ରବଣ ଚିହ୍ନଟ ବ୍ଲକ ପାଇଁ ୩୦୦ ଦିନର କାମ ଯୋଗାଇ ଦିଆଯାଉଛି । ବିଜେପି ସରକାର ଦାଦନ ସମସ୍ୟାର ସମାଧାନକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ହେଲେ ବିରୋଧୀ କହିଛନ୍ତି ସରକାରକୁ ଆସିବା ୬ ମାସ ହୋଇଗଲାଣି। କଥା ନକହି ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରି ତଦନୁଯାୟୀ କାମ କରନ୍ତୁ ସରକାର। ରାଜ୍ୟରେ ରହିଛି ୧୪ଟି ଦାଦନ ପ୍ରବଣ ଜିଲ୍ଲା। ଚଳିତ ବର୍ଷ ୬୦ ହଜାର ଶ୍ରମିକଙ୍କ ପ୍ରବାସୀ ଭାବେ ପଞ୍ଜିକରଣ ହୋଇଛି। ବିଗତ ୧୦ ବର୍ଷ ମଧ୍ୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ୪୦୩ ଜଣ ପ୍ରାଣ ହରାଇଛନ୍ତି। ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୫୯ ଜଣ ପ୍ରାଣ ହରାଇଥିବା ବେଳେ କଳାହାଣ୍ଡିରୁ ୩୯ ଜଣ ଓ ବଲାଙ୍ଗୀରରୁ ୩୫ ଜଣ ପ୍ରାଣ ହରାଇଛନ୍ତି। ଜଙ୍ଗଲ ଓ ପରିବେଶ ଶ୍ରମ କର୍ମଚାରୀ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଦାଦନ ଶ୍ରମିକ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଦାଦନ ରୋକିବା ଦିଗରେ ରାଜ୍ୟ ସରକାର ତାଙ୍କ ଉଦ୍ୟମ ଜାରି ରଖିଛନ୍ତି। ଓଡ଼ିଶାରେ ଦାଦନ ସମସ୍ୟାର ସମାଧାନ ନିମନ୍ତେ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି, ଯାହାକି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମାଧ୍ୟମରେ କାର୍ଯ୍ୟ କରୁଛି।

Exit mobile version