
ନୂଆଦିଲ୍ଲୀ: ନାରୀ ଆଖିର ଲୁହରେ ଭାସିଗଲା ଅତଙ୍କୀ ଆଡ୍ଡା । ସିନ୍ଦୁର ପୋଛି ଥିଲେ ଏବେ ସିନ୍ଦୁର ଦେଲା କଡା ଜବାବ୍ । ଆଉ ଏହି ବିଜୟର ଗାଥା ଦେଶବାସୀଙ୍କୁ ଶୁଣାଇଛନ୍ତି ୨ ନାରୀ । ଯେଉଁଥିପାଇଁ ସେମାନେ ଆଜିର ନାରୀମାନଙ୍କ ପାଇଁ ପାଲଟି ଯାଇଛନ୍ତି ପ୍ରେରଣା । ହଁ ଆମେ କହୁଛୁ ଦେଶର ଦୁଇ ସୁନା ଝିଅ କର୍ଣ୍ଣେଲ ସୋଫିଆ କ୍ୟୁରେସି ଏବଂ ୱିଙ୍ଗ କମାଣ୍ଡର ଭୋମିକା ସିଂଙ୍କ ବିଷୟରେ । ବୋହୁତ କମ୍ ବର୍ଷ ବୟସରେ ସେ ଦୁଇ ଜଣ ପାଲଟି ଯାଇଛନ୍ତି ଦେଶର ସୁନା ଝିଅ ।
ସୋଫିଆ କ୍ୟୁରେସି ଭାରତୀୟ ସେନାର ସିଗନାଲ କର୍ପସର ଜଣେ ସମ୍ମାନିତ ଅଧିକାରୀ। ବୟସ ମାତ୍ର ୩୫ ବର୍ଷ । ତୁଳନାତ୍ମକ ଭାବରେ ଖୁବ୍ କମ୍ ବୟସରେ ସେ ମହିଳା ଏବଂ ଭାରତୀୟ ସେନା ଉଭୟ ପାଇଁ ଇତିହାସ ସୃଷ୍ଟି କରିଛନ୍ତି। ୧୯୯୯ ମସିହାରେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେ ସର୍ଟ ସର୍ଭିସ କମିସନ୍ରେ ସେନାରେ ଭର୍ତ୍ତି ହୋଇଥିଲେ। ସୋଫିଆ ୨୦୧୬ ମସିହା ମାର୍ଚ୍ଚ ମାସରେ ଏକ ବହୁରାଷ୍ଟ୍ରୀୟ ସାମରିକ ଅଭ୍ୟାସରେ ଏକ ସେନା କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିବା ପ୍ରଥମ ମହିଳା ଅଧିକାରୀ ହୋଇଥିଲେ। ଏହି ସମରାଭ୍ୟାସରେ ଗୋଟ ୧୮ ଦଳ ଅଂଶଗ୍ରହଣ କରିଥିବା ବେଳେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଥିଲେ ଏକମାତ୍ର ମହିଳା ଅଧିକାରୀ। ଯିଏ ଏକ ଦଳର ନେତୃତ୍ୱ ଦେଇଥିଲେ। ସୋଫିଆ ୨୦୦୬ ମସିହାରେ କଙ୍ଗୋଠାରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟ କରିଥିଲେ। ସେ ୨୦୧୦ ମସିହାରୁ ଶାନ୍ତିରକ୍ଷା ଅଭିଯାନ (ପିକେଓଏସ୍) ସହିତ ଜଡିତ ଅଛନ୍ତି। କର୍ଣ୍ଣେଲ କ୍ୟୁରେସି ହେଉଛନ୍ତି ଗୁଜରାଟର ବାସିନ୍ଦା। ଜୈବ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ଜେଜେବାପା ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ସେ ମେଜର୍ ତାଜୁଦ୍ଦିନ୍ କ୍ୟୁରେସିଙ୍କୁ ବିବାହ କରିଛନ୍ତି।
ସେହିପରି ଏହି ଅପରେସନ୍ ସୁନ୍ଦୂରରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ଅବଦାନ୍ ଖୁବ୍ ଅଧିକ ରହିଛି। ପିଲାଦିନରୁ ଆକାଶ ଛୁଇଁବାର ଇଚ୍ଛା ରଖିଥିବା ଵ୍ୟୋମିକା ନିଜର ସାହସ, ନିଷ୍ଠା ଏବଂ ନେତୃତ୍ୱ ଦକ୍ଷତା ବଳରେ ଭାରତୀୟ ବାୟୁସେନାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ଭାରତୀୟ ବାୟୁସେନାର ପ୍ରତୀକାତ୍ମକ ହେଲିକପ୍ଟର ଚେତକ ଏବଂ ଚିତା ଉଡାଇଛନ୍ତି ଏବଂ ଦେଶର କିଛି ସବୁଠାରୁ ଚ୍ୟାଲେଞ୍ଜିଂ ଭୌଗୋଳିକ ପରିସ୍ଥିତିରେ ସେବା କରିଛନ୍ତି। ସେ ଜମ୍ମୁ ଏବଂ କାଶ୍ମୀର ଏବଂ ଉତ୍ତର-ପୂର୍ବ ଭାରତ ଭଳି ସମ୍ବେଦନଶୀଳ ଅଞ୍ଚଳରେ କାର୍ଯ୍ୟ କରିଛନ୍ତି। ଉଚ୍ଚତା, ପ୍ରତିକୂଳ ପାଗ ଏବଂ ଦୁର୍ଗମ ସ୍ଥାନ ମଧ୍ୟରେ ଏହି ଅଞ୍ଚଳଗୁଡ଼ିକରେ ହେଲିକପ୍ଟର ମିଶନ ପରିଚାଳନା କରିବା ଏକ ଅତ୍ୟନ୍ତ ବିପଦପୂର୍ଣ୍ଣ କାର୍ଯ୍ୟ, ଯାହାକୁ ଭ୍ୟୋମିକା ଚତୁରତାର ସହିତ ପରିଚାଳନା କରିଛନ୍ତି। ବାୟୁସେନାରେ ଯୋଗଦେବାର ୧୩ ବର୍ଷ ପରେ ୱିଙ୍ଗ୍ କମାଣ୍ଡର ପଦବୀ ପାଇଥିଲେ ଭ୍ୟୋମିକା ସିଂ । ୨୦୧୭ ଡିସେମ୍ବର ୧୮ ତାରିଖରେ ୱିଙ୍ଗ୍ କମାଣ୍ଡର ଭାବେ ଯୋଗ ଦେଇଥିଲେ ଭ୍ୟୋମିକା । ଯେଉଁଥିପାଇଁ ୨୦୦୪ରେ ତାଙ୍କୁ ଶ୍ରେଷ୍ଠ ୱିଙ୍ଗ୍ କମାଣ୍ଡର ଭାବେ ବିବେଚନା କରାଯାଇଥିଲା । କାହାଣୀ ତାଙ୍କର ସେୟାର କରିବା ମଧ୍ୟରେ କହିଛନ୍ତି ଯେ, ଯେତେବେଳେ ସେ ଷଷ୍ଠ କ୍ଲାସରେ ପଢୁଥିଲେ ବାୟୁସେନାରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଏହି କାହାଣୀକୁ ନେଇ ତାଙ୍କ ନାଁ ଜଡିତ ବୋଲି କହିଛନ୍ତି ଭ୍ୟୋମିକା । ତାଙ୍କର ପାଠ ପଢିବା ସରିବା ମାତ୍ରେ ସେ UPSC ଜରିଆରେ ବାୟୁସେନାରେ ଯୋଗ ଦେଇ ପାଇଲଟ୍ ହୋଇଥିଲେ । ୨୦୨୧ ମସିହାରେ ମାଉଣ୍ଟ ମଣିରଙ୍ଗରେ ଇତିହାସ ରଚିଥିଲେ ଭ୍ୟୋମିକା ।