Site icon UTKAL PRATIDIN

ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର: ହାଇକୋର୍ଟ

download (5)

ଭୋପାଳ : ଲୋକପ୍ରିୟ ହ୍ବିସ୍କି ବ୍ରାଣ୍ଡ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପାୟଲ ବ୍ଲୁ ଓ ଲଣ୍ଡନ ପ୍ରାଇଡକୁ ନେଇ ଜଡିତ ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଶୁଣାଣି ସମୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି, ସ୍କଚ ହ୍ବିସ୍କି ପିଉଥିବା ଲୋକ ଶିକ୍ଷିତ ଓ ସମୃଦ୍ଧ ବର୍ଗର ଅଟନ୍ତି। ମଦ ପ୍ରସ୍ତୁତ କରୁଥିବା କମ୍ପାନୀ ପରନୋଡ ରିକାର୍ଡ ଇନ୍ଦୋରର କମ୍ପାନୀ ଜେକେ ଏଣ୍ଟରପ୍ରାଇଜ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ମଧ୍ୟପ୍ରଦେଶର ଏହି କମ୍ପାନୀକୁ ଲଣ୍ଡନ ପ୍ରାଇଡ ନାମରେ ପାନୀୟ ବିକ୍ରି କରିବାକୁ ବନ୍ଦ କରାଯାଉ ବୋଲି ଆବେଦନରେ କୁହାଯାଇଥିଲା।

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ, ପରନୋଡ ରେଫାର୍ଡ ଅଭିଯୋଗ ଆଣିଛି କି ଜେକେ ଏଣ୍ଟରପ୍ରାଇଜ ସେମାନଙ୍କ ଟ୍ରେଡମାର୍କ ବ୍ଲେଣ୍ଡର୍ସ ପ୍ରାଇଡ ଇମ୍ପାରିୟଲ ବ୍ଲୁର ଟ୍ରେଡକୁ ଉଲଘଂନ କରିଛି। ଜଷ୍ଟିସ ସୁଶ୍ରୁତ ଅରବିନ୍ଦ ଧର୍ମାଧିକାରୀ ଓ ଜଷ୍ଟିସ ପ୍ରଣୟ ବର୍ମାଙ୍କର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।
ଖଣ୍ଡପୀଠ କହିଛନ୍ତି, ବ୍ରାଣ୍ଡସର ଉତ୍ପାଦରେ ପ୍ରିମିୟମ ଓ ଅଲଟ୍ରା ପ୍ରିମିୟମ ସାମିଲ ଅଛି।ଏହି ବ୍ରାଣ୍ଡ ପିଉଥିବା ଗ୍ରାହକମାନେ ଅଧିକାଂଶ ଶିକ୍ଷିତ ଅଟନ୍ତି। ସେମାନେ ବ୍ଲେଣ୍ଡର୍ସ ପ୍ରାଇଡ, ଏମ୍ପରିଅଲ ବ୍ଲୁ ଓ ଲଣ୍ଡନ ପ୍ରାଇଡର ବୋତଲ ମଧ୍ୟରେ ପାର୍ଥକ୍ୟ ଜାଣିପାରନ୍ତି।

Exit mobile version