
ଆମେରିକାର ଟାଇମ ମାଗାଜିନ ଏବଂ ଅନଲାଇନ ଡାଟା ପ୍ଲାଟଫର୍ମ ଷ୍ଟାଟିଷ୍ଟା ପକ୍ଷରୁ ୨୦୨୩ରେ ସବୁଠୁ ଶ୍ରେଷ୍ଠ ୭୫୦ କମ୍ପାନୀର ତାଲିକା ପ୍ରକାଶ କରାଯାଇଛି । କମ୍ପାନୀର ଆୟ, କର୍ମଚାରୀଙ୍କ ସନ୍ତୋଷତା, କାର୍ଯ୍ୟ ପରିବେଶ ଏବଂ ଅନ୍ୟାନ୍ୟ ମାପଦଣ୍ଡକୁ ନେଇ ତାଲିକା ପ୍ରକାଶ କରାଯାଇଛି । ତେବେ ଏଥିରେ ବିଶ୍ୱର ଶ୍ରେଷ୍ଠ ୧୦୦ କମ୍ପାନୀଙ୍କ ତାଲିକା ଦେଖିଲେ ଭାରତ ଖୁବ ପଛରେ କେବଳ ଭାରତର ଗୋଟିଏ କମ୍ପାନୀ ନାମ ଆପଣଙ୍କୁ ଦେଖିବାକୁ ମିଳିବ । ଆଇଟି କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଥିବା ଭାରତର ବୃହତ କମ୍ପାନୀ ଇନଫୋସିସ୍ ଶ୍ରେଷ୍ଠ ୧୦୦ ଭିତରେ ରହିଛି ।
ଯଦି ତାଲିକାକୁ ଦେଖିବା ତେବେ ଇନଫୋସିସ୍ ତାଲିକାରେ ୬୩ଟି କମ୍ପାନୀ ପଛରେ ଅର୍ଥାତ ୬୪ ନମ୍ବର ସ୍ଥାନରେ ରହିଛି । ଗୁଗୁଲ ମାଲିକାନାରେ ଥିବା ମାଇକ୍ରୋସଫ୍ଟ, ଆପଲ, ଆଲ୍ଫାବେଟ ଏବଂ ମେଟା ଏହାଠୁ ଖୁବ ଆଗରେ ଆଗରେ ରହିଛନ୍ତି ।

ତେବେ ୧୦୦ ତାଲିକା ଭିତରେ ତ କେବଳ ଗୋଟିଏ କମ୍ପାନୀ ଇନଫୋସିସ୍ ରହିଛି l କିନ୍ତୁ ୭୫୦ ତାଲିକାକୁ ଦେଖିଲେ ଏଥିରେ ଇନଫୋସିସ୍ କୁ ଛାଡିଆଉ ୭ ଟି ଭାରତୀୟ କମ୍ପାନୀର ନାମ ରହିଛି । ଉଇପ୍ରୋ, ମହିନ୍ଦ୍ରା, ରିଲାଏନ୍ସ, ଏଚସିଏଲ ଟେକ୍ନୋଲୋଜି, ଏଚଡିଏଫସି ବ୍ୟାଙ୍କ, ଡବ୍ଲ୍ୟୁଏନଏସ୍, ଆଇଟିସି ର ନାମ ରହିଛି l
ତେବେ ଭାରତୀୟ କମ୍ପାନୀ ଉଇପ୍ରୋ ୧୭୪ ନମ୍ବର ସ୍ଥାନରେ ରହିଥିବା ବେଳେ ମହିନ୍ଦ୍ରା ଗ୍ରୁପ ୨୧୦, ରିଲାଏନ୍ସ ୨୪୮, ଏଚସିଏଲ ଟେକ୍ନୋଲୋଜି ୨୬୨, ଏଚଡିଏଫସି ବ୍ୟାଙ୍କ ୪୧୮, ଡବ୍ଲ୍ୟୁଏନଏସ୍ ୫୯୬ ଏବଂ ଆଇଟିସି ୬୭୨ ନମ୍ବର ସ୍ଥାନରେ ରହିଛି ।